Odiapua.com

ଗଞ୍ଜାମରେ ପୁଣି ୧୨, ରାଜ୍ୟରେ ଆଜି ସକାଳୁ ୧୪ କରୋନା ଆକ୍ରାନ୍ତ ଚିହ୍ନଟ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୪କୁ ବୃଦ୍ଧି

ଭୁବନେଶ୍ବର ୯-୫ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛିବା ବେଳେ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୮୩ ହୋଇଛି। ଅନ୍ୟ ଦୁଇଜଣଙ୍କ ମଧ୍ୟରୁ ଜଣେ ସୁନ୍ଦରଗଡ଼ର ଏବଂ ଜଣେ ଭଦ୍ରକ ଜିଲ୍ଲାର।

ଯାଜପୁର ଜିଲ୍ଲାରେ ୫୫ ଜଣ ଆକ୍ରାନ୍ତ ଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି ୫୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ୫୦ ଜଣ ଆକ୍ରାନ୍ତ ଥିବା ବେଳେ ୩୨ ସୁସ୍ଥ ହୋଇଛନ୍ତି ୧୬ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ୦୨ ଜଣଙ୍କର ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲାରେ ୮୩ ଜଣ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ ୮୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ବାଲେଶ୍ୱର ଜିଲ୍ଲାରେ ୨୭ ଜଣ ଆକ୍ରାନ୍ତ ଥିବା ବେଳେ ୦୫ ସୁସ୍ଥ ହୋଇଛନ୍ତି ୨୨ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଭଦ୍ରକ ଜିଲ୍ଲାରେ ୨୫ ଜଣ ଆକ୍ରାନ୍ତ ଥିବା ବେଳେ ୧୨ ସୁସ୍ଥ ହୋଇଛନ୍ତି ୧୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ସୁନ୍ଦରଗଡ ଜିଲ୍ଲାରେ ୧୩ ଜଣ ଆକ୍ରାନ୍ତ ଥିବା ବେଳେ ୦୬ ସୁସ୍ଥ ହୋଇଛନ୍ତି ୦୭ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କେନ୍ଦ୍ରାପଡ଼ାରେ ୮ ଜଣ ସଂକ୍ରମିତ ହୋଇଥିବା ବେଳେ ୨ଜଣ ସୁସ୍ଥ ହୋଇଛନ୍ତି ଏବଂ ୬ ଜଣ ଚିକିତ୍ସିତ ହେଉଛନ୍ତି। ଜଗତ୍ସିଂହପୁର ଜିଲ୍ଲାରେ ୦୫ ଜଣ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ୦୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ମୟୁରଭଞ୍ଜ ଜିଲ୍ଲାରେ ୦୪ ଜଣ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ୦୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କେନ୍ଦ୍ରାପଡା ଜିଲ୍ଲାରେ ୦୮ ଜଣ ଆକ୍ରାନ୍ତ ଥିବା ବେଳେ ୦୨ ସୁସ୍ଥ ହୋଇଛନ୍ତି ୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ବାଲାଙ୍ଗୀର ଜିଲ୍ଲାରେ ୦୨ ଜଣ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ୦୨ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଝାରସୁଗୁଡା ଜିଲ୍ଲାରେ ୦୨ ଜଣ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ୦୨ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କେନ୍ଦୁଝର ଜିଲ୍ଲାରେ ୦୨ ଜଣ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ୦୨ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କଟକ ଜିଲ୍ଲାରେ ୦୨ ଜଣ ଆକ୍ରାନ୍ତ ଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି ଜଣେ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କଳାହାଣ୍ଡି ଜିଲ୍ଲାରେ ୦୨ ଜଣ ଆକ୍ରାନ୍ତ ଥିବା ବେଳେ ୦୨ ସୁସ୍ଥ ହୋଇଛନ୍ତି। କୋରାପୁଟ ଜିଲ୍ଲାରେ ଜଣେ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ ଜଣେ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଦେବଗଡ଼ ଜିଲ୍ଲାରେ ଜଣେ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ ଜଣେ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଢ଼େଙ୍କାନାଳ ଜିଲ୍ଲାରେ ଜଣେ ଆକ୍ରାନ୍ତ ଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି। ପୁରୀ ଜିଲ୍ଲାରେ ଜଣେ ଆକ୍ରାନ୍ତ ଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି। ତେବେ ମୋଟ ୨୮୪ ଜଣ ଆକ୍ରାନ୍ତ ଥିବା ବେଳେ ୬୩ ସୁସ୍ଥ ହୋଇଛନ୍ତି ୨୧୯ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ୦୨ ଜଣଙ୍କର ମୃତ୍ୟୁ ହୋଇଛି।