Odiapua.com

ରାଜ୍ୟରେ ପୁଣି ୧୪ କରୋନା ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୧କୁ ବୃଦ୍ଧି

ଭୁବନେଶ୍ୱର ୧୧-୫ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୧କୁ ବୃଦ୍ଧି ପାଇଛି। ତେବେ ଗଞ୍ଜାମ ଜିଲ୍ଲାରୁ ୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଏବେ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭କୁ ବୃଦ୍ଧି ପାଇଛି। ଏଠାରେ ୧୩୬ ଜଣ ଚିକିତ୍ସାଧୀନ ଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି।

ସୁନ୍ଦରଗଡ଼ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୬ ଜଣ ସୁସ୍ଥ ହୋଇଥିବା ବେଳେ ୮ ଜଣ ଚିକିତ୍ସାଧୀନ ଅଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୯ କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇଛନ୍ତି ଓ ୭ ଜଣ ଚିକିତ୍ସାଧୀନ ଅଛନ୍ତି।