ଭୁବନେଶ୍ୱର ୧୩-୭ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୬ ମୁଣ୍ଡ। ଗଞ୍ଜାମରୁ ୪ଜଣ, କଟକରୁ ଜଣେ, ଖୋର୍ଦ୍ଧାରୁ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।
କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୭୦ କୁ ବୃଦ୍ଧି ପାଇଛି।
ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ଅନ୍ୟ କାରଣରୁ ଗଞ୍ଜାମରୁ ଜଣଙ୍କର ମୃତ୍ୟୁ ହୋଇଛି।
ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଛଅଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି
୧- ଗଞ୍ଜାମ ଜିଲ୍ଲାର ଜଣେ ୪୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୨- ଭୁବନେଶ୍ୱରର ଜଣେ ୬୭ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।
୩- ଗଞ୍ଜାମ ଜିଲ୍ଲାର ଜଣେ ୬୩ ବର୍ଷ ବୟସ୍କ ପୁରୁଷ।
୪- କଟକ ଜିଲ୍ଲାର ୪୦ ବର୍ଷ ବୟସ୍କ ପୁରୁଷ।
୫- ଗଞ୍ଜାମ ଜିଲ୍ଲାର ଜଣେ ୭୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ହୃଦ୍ ରୋଗ ଏବଂ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।
୬- ଗଞ୍ଜାମ ଜିଲ୍ଲାର ଜଣେ ୪୯ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।