Odiapua.com

କୁହୁଡ଼ି ଯୋଗୁଁ ମର୍ମନ୍ତୁଦ ଦୁର୍ଘଟଣା, ୧୩ ମୃତ

କୋଲକାତା ୨୦-୧ (ଓଡ଼ିଆ ପୁଅ) କୁହୁଡ଼ିରେ ଦୃଶ୍ୟମାନତା ହ୍ରାସ ହେତୁ ଦୁର୍ଘଟଣାରେ ଘଟିଛି। ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ମଙ୍ଗଳବାର ରାତିରେ ପଶ୍ଚିମବଙ୍ଗର ଜାଲପାଇଗୁରି ଜିଲ୍ଲାର ଧୁପଗୁରୀ ସହରରେ। ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟ ଅନେକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୁହୁଡ଼ି ହେତୁ ଦୃଶ୍ୟମାନତା ହ୍ରାସ ହେତୁ ଏହି ଦୁର୍ଘଟଣା ଘଟିଛିବୋଲି ଜଣାପଡ଼ିଛି।