Odiapua.com

ଶାମୁକା ପ୍ରକଳ୍ପ ପାଇଁ ୧୩ ଜଣିଆ କମିଟି

ପୁରୀ ୨୭-୦୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ସହର ଉପକଣ୍ଠ ସିପସରୁବାଲି ମୌଜାରେ ଶାମୁକା ପ୍ରକଳ୍ପକୁ ରୂପ ଦେବା ନିମନ୍ତେ ସରକାରୀ ପଦକ୍ଷେପ ଜୋରଦାର ହୋଇଛି। ତେଣେ ଏହି ପ୍ରକଳ୍ପକୁ ଆଗେଇ ନେବା ତିଆରି କମିଟିରେ ସଂଶୋଧନ ହୋଇଛି। ସୂଚନା ମୁତାବକ ରାଜ୍ୟ ପର୍ଯ୍ୟଟନ ବିଭାଗ ଚଳିତ ମାସରେ ପ୍ରକାଶ କରିଥିବା ବିଜ୍ଞପ୍ତିରେ ଏହି ସଂଶୋଧନ କରାଯାଇଥିବା ଉଲ୍ଲେଖ କରାଯାଇଛି। ଦ’ବୋର୍ଡ ଅଫ୍ ଶାମୁକା ଟୁରିଜିମ୍ ଡେଭଲମେଣ୍ଟ କର୍ପୋରେଶନ ଲିମିଟେଡ୍‌ ରେ ହୋଇଥିବା ପରିବର୍ତ୍ତନରେ ପର୍ଯ୍ୟଟନ ବିଭାଗ କମିଶନର ତଥା ସଚିବ ଅଧ୍ୟକ୍ଷ ରହିଛନ୍ତି। ଇଫକୋ ଚେୟାର୍ମ୍ୟାନ୍ କମ୍ ମ୍ୟାନେଜିଂ ଡାଇରେକ୍ଟର, ଟୁରିଜିମ୍ ଡାଇରେକ୍ଟର ଓଟିଡିସି, ଏମଡି୍, ପୁରୀ ଜିଲ୍ଲାପାଳ, ପୁରୀ ଡି-ଏଫ୍‌-ଓ ଅର୍ଥ ବିଭାଗ ପ୍ରତିନିଧି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରତିନିଧି, ଜଙ୍ଗଲ ଓ ପରିବେଶ ବିଭାଗ ପ୍ରତିନିଧି, ନଗର ଉନ୍ନୟନ ବିଭାଗ ପ୍ରତିନିଧି ଜଳସମ୍ପଦ ବିଭାଗ ପ୍ରତିନିଧି, ଶକ୍ତି ବିଭାଗ ପ୍ରତିନିଧି, ଏସ୍ ଟିଡିସି ସିଇଓ ପ୍ରମୁଖ ଏହାର ଡାଇରେକ୍ଟର ବା ନିର୍ଦ୍ଦେଶକ ଭାବେ ମନୋନୀତ ହୋଇଛନ୍ତି। ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସିଇଓ ପଦବୀରେ ରହିବେ। ସୂଚନା ଯୋଗ୍ୟ ଯେ, ଶାମୁକା ପ୍ରକଳ୍ପ କରିବା ନିମନ୍ତେ ସରକାର ଜୋରଦାର ଉଦ୍ୟମ ଜାରି ରଖିଥିଲେ ହେଁ ଏହାର ରୂପରେଖ ସ୍ପଷ୍ଟ ହୋଇପାରିନି ହେଲେ ପ୍ରକଳ୍ପ କରିବା ନିମନ୍ତେ ଆବଶ୍ୟକ ପରିବେଶ ଅନୁମତି ହାସଲ କରିଥିବା କିଛିଦିନ ତଳେ ସୂତ୍ରରୁ ପ୍ରକାଶ ପାଇଥିଲା। ଏହି ପ୍ରକଳ୍ପ ନିମନ୍ତେ ପ୍ରାୟ ୯୭୨ ଏକର ଜମିକୁ ପ୍ରଶାସନ ଅକ୍ତିଆର୍ କରିଛି। ୯୨୦ ଏକର ଜମି ଜାହାକି ୨ କିଲୋମିଟର ରେ ୨ କିଲୋମିଟର ଦୈଘ୍ୟ ପ୍ରସ୍ତ ରହିଛି ତାହାରି ଉପରେ ଏହି ପ୍ରକଳ୍ପ ଠିଆ ହେବ। ନିକଟରେ ଏହାର ମାଷ୍ଟର ପ୍ଲାନ୍‌ ବଦଳୀଥିବା ସରକାରୀ ସୂଚନା ଦିଆଯାଇଥିଲା। ପୁରୀକୁ ଟୁରିଜିମ୍‌ ଡେଷ୍ଟିନେସନ ବା ପର୍ଯ୍ୟଟନ କେନ୍ଦ୍ର ସ୍ଥଳ କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ତେବେ ଏଥି ଯୋଗୁଁ ଜଙ୍ଗଲ ଜମି ପ୍ରଭାବିତ ହେବା ଆଶଙ୍କା ପ୍ରକାଶ କରି ସ୍ଥାନୀୟ ଲୋକେ ଦୀର୍ଘ ଦିନ ହେବ ବିରୋଧ କରି ଆସୁଛନ୍ତି। ନିକଟରେ ଏହି ପ୍ରକଳ୍ପ ଚାରିପାଶ୍ୱରେ ପାଚେରୀ ଏବଂ ସିକ୍ୟୁରିଟି ଘର କରିବା ନିମେନ୍ତ ଟେଣ୍ଡର ପ୍ରକାଶ ପାଇଥିଲା। ଓଡିଶା ଇଣ୍ଡଷ୍ଟ୍ରିୟାଲ୍‌ ଇନ୍‌ଫାଷ୍ଟକଚର୍ ଡେଭଲପ୍‌ମେଣ୍ଟ କରପୋରେସନ୍ ଜମି ଅଧିଗ୍ରହଣ ଓ ଅନ୍ୟାନ୍ୟ ଉନ୍ନତି କରଣ ଏହି ପ୍ରକଳ୍ପ ନିମନ୍ତେ କରୁଛି। ଏସ୍ ଟି ଡିସି ଏନେଇ ପର୍ଯ୍ୟଟନ ବିଭାଗ ସ ଇଡ୍‌କୋ ସହ ସହ ବନ୍ଦିତ ହୋଇଛି।