Odiapua.com

ବେଆଇନ ଭାବେ କୋରକ୍ସ ବିକ୍ରି କରିବା ଅଭିଯୋଗରେ ୧୨ ଗିରଫ

ପୁରୀ ୨୫-୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବେଆଇନ ଭାବେ କୋରକ୍ସ ବିକ୍ରି କରିବା ଅଭିଯୋଗରେ ବାରଜଣକୁ ଗିରଫ କରିଛି ପୁରୀ ପୋଲିସ। ପୋଲିସ ସୂତ୍ରରୁ ପ୍ରକାଶ ବାସେଳୀସାହି ଥାନା, ସମୁଦ୍ରକୁଳ ଥାନା, କୁମ୍ବାରପଡା ଥାନା ଅଂଚଳରୁ ପ୍ରାୟ ବାର ଜଣକୁ ଗିରଫ କରିଛି ପୋଲିସ ପ୍ରଶାସନ। ବାର ଜଣ ଅଭିଯୁକ୍ତଙ୍କ ଠାରୁ ୨୧୪୯ଟି କୋରେକ୍ସ ବୋତଲ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ସୁକାନ୍ତ, ଗୌତମ, ରାଜା, ପଞ୍ଚୁ, ସଞ୍ଜୟ, କାବୁ, ହିମାଂଶୁ, ସୁକାନ୍ତ, ଭୋଳା, ସୁମନ୍ତ ଓ ମକରଧ୍ୱଜ।