Odiapua.com

ଗଣପତି ବିସର୍ଜନ ସମୟରେ ବଡ଼ ଦୁର୍ଘଟଣା: ଡଙ୍ଗା ପଲଟିବାରୁ ୧୧ ମୃତ

ଭୋପାଳ ୧୩-୯ (ଓଡ଼ିଆ ପୁଅ) ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳରେ ଗଣପତି ବିସର୍ଜନ ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗଣପତି ବିସର୍ଜନ ପାଇଁ ଯାଇଥିବା ଲୋକମାନଙ୍କର ଡଙ୍ଗା ପଲଟିଯିବାରୁ ୧୧ ଲୋକଙ୍କର ମୃତ୍ୟୁ ହୋଇଯାଇଛି।

କୁହାଯାଉଛିଯେ, ଡଙ୍ଗାରେ ସର୍ବମୋଟ ୧୮ ଜଣ ଲୋକ ଯାତ୍ରା କରୁଥିଲେ। ସାତଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଘଟଣା ଭୋପାଳର ଖଟଲାପୁରା ଘାଟରେ ଘଟିଛି। ପ୍ରଶାସନ ୧୧ଟି ଶବକୁ ଉଦ୍ଧାର କରିଛନ୍ତି। ଏସଡିଆରଏଫର ଟିମ ସାତଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିବାରେ ସକ୍ଷମ ହୋଇଛି।

ମିଳିଥିବା ସୂଚନା ମୁତାବିକ, ଗଣପତି ବିସର୍ଜନ ସମୟରେ ଏହି ଦୁର୍ଘଟଣା ଘଟିଛି। ଡଙ୍ଗା ପଲଟିବା ଖବର ଶୁଣି ପ୍ରଶାସନର ଲୋକ ଘଟଣାସ୍ଥଳରେ ପହଁଚିତିଲେ। ଏସଡିଆରଏଫର ଟିମ ଏବେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ଏବଂ ୭ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି।