Odiapua.com

ରାଜ୍ୟରେ ପୁଣି ୧୦୨ କରୋନା ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭୮କୁ ବୃଦ୍ଧି

ଭୁବନେଶ୍ୱର,୧୯।୫ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ମଙ୍ଗଳବାରେ ସକାଳେ ୧୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭୮ରେ ପହଞ୍ଚିଛି। ଏନେଇ ସ୍ବାସ୍ଥ୍ୟ ଓ କଲ୍ୟାଣ ବିଭାଗ ବକ୍ଷରୁ ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୨୭୭ ଜଣ ସୁସ୍ଥ ହୋଇସାରିଥିବା ବେଳେ ୬୯୬ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ମୋଟ ୫ ଜଣଙ୍କ ମୃତ୍ୟୁ ଘଟିଛି।

୧୦୨ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରର ସର୍ବାଧିକ ୩୧ ଜଣ ଥିବା ବେଳେ ଜଗତସିଂହପୁରର ୨୩, ଭଦ୍ରକର ୨୧, କେନ୍ଦ୍ରାପଡ଼ାର ୮, କଟକର ୪, ଖୋର୍ଦ୍ଧାର ୪, ପୁରୀର ୪, ଅନୁଗୋଳର ୨, ବାଲେଶ୍ୱରର ୨, ସମ୍ବଲପୁରର ୨ ଓ ନୟାଗଡ଼ର ଜଣେ ଅଛନ୍ତି। ଏମାନଙ୍କ ମଧ୍ୟରୁ ୯୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ। ବାକି ୫ ଜଣ ସ୍ଥାନୀୟ ଅଞ୍ଚଳ।