Odiapua.com

ହୀରାକୁଦ ଡ୍ୟାମର ୧୦ଟି ଗେଟ ବନ୍ଦ ବନ୍ଦ କରିବାକୁ ନିର୍ଦ୍ଦେଶ

ସମ୍ବଲପୁର ୨୦-୯ (ଓଡ଼ିଆ ପୁଅ) ହୀରାକୁଦ ଡ୍ୟାମରୁ ବର୍ତ୍ତମାନ ୧୪ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ତେବେ ହୀରାକୁଦ ଡ୍ୟାମର ୧୦ଟି ଗେଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୋମବାର ଦିନ ହୀରାକୁଦ ଡ୍ୟାମ୍‌ର ଆଉ ୭ଟି ଗେଟ୍ ଖୋଲା ଯାଇଥିଲା। ଆଜି ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିଲା। ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ କରି ୧୦ଟି ଗେଟ୍ ବନ୍ଦ କରାଯାଉଛି। ଡ୍ୟାମକୁ ଜଳ ପ୍ରବେଶ ପରିମାଣ କମୁଥିବାରୁ ଗେଟ୍ ବନ୍ଦ ଲାଗି ଏହି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଏ ବିଷୟରେ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।