Odiapua.com

ୱେସ୍କୋ ଘରୋଇକରଣକୁ ବିରୋଧ କରି ଶ୍ରମିକ କର୍ମଚାରୀ ଇଂଜିନିୟରସ ମିଳିତ ମଞ୍ଚର ଅନିର୍ଦ୍ଧିଷ୍ଟ ବ୍ୟାପୀ ଧାରଣା

ସମ୍ବଲପୁର, ୧୮/୧୨ (ଓଡ଼ିଆ ପୁଅ/ସରୋଜ ସାହୁ): ୱେସ୍କୋର ପୁନର୍ବାର ଘରୋଇକରଣକୁ ବିରୋଧ କରି ୯ ଦଫା ଦାବି ନେଇ ପଶ୍ଚିମ ଓଡିଶା ବିଦ୍ୟୁତ କର୍ମଚାରୀ ଇଞ୍ଜିନିଅର ଏକତା ମଞ୍ଚ ତରଫରୁ ସ୍ଥାନୀୟ ଭୂତାପଡ଼ା ସ୍ଥିତ ଇଷ୍ଟ ଇଲେକ୍ଟ୍ରିକାଲ କାର୍ଯ୍ୟାଳୟ ସଂମ୍ଭୁଖ ରେ ଅନିର୍ଦ୍ଧିଷ୍ଟ କାଳବ୍ୟାପୀ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଛି। ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ଏବଂ ପଶ୍ଚିମ ଓଡିଶା ଶ୍ରମିକ କର୍ମଚାରୀ ଇଂଜିନିୟର ମିଳିତ ମଞ୍ଚ ର କର୍ମକର୍ତ୍ତା ମାନେ ଧାରଣା ରେ ବସିବା ସହିତ ୱେସ୍କୋ ର ଘରୋଇ କରଣ କୁ ତୀବ୍ର ପ୍ରତିବାଦ କରିଥିଲେ। ଓଡ଼ିଶା ରେ ପୂର୍ବରୁ ହୋଇଥିବା ଘରୋଇକରଣ ସମ୍ପୂର୍ଣ ବିଫଳ ହୋଇଥିଲାବେଳେ ତାର କୌଣସି ତର୍ଜମା ନକରି ଟାଟା ପାୱାର କମ୍ପାନୀ କୁ ଟେକି ଦେବା ଦ୍ଵାରା କର୍ମଚାରୀ ଏବଂ ବିଦ୍ୟୁତ୍ ଉପୋଭୋକ୍ତା ତଥା ରାଜ୍ୟବାସୀ ସମସ୍ତେ ବ୍ୟପାକ ଭାବରେ କ୍ଷତିଗ୍ରସ୍ତ ହେବେ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି। ଅବିଳମ୍ବେ ଟାଟାକୁ ଦିଆଯାଇଥିବା ବିକ୍ରି ପ୍ରସ୍ତାବ ପ୍ରତ୍ୟାହାର ନହେଲେ ସାରା ଓଡ଼ିଶାରେ ମିଳିତ ମଞ୍ଚ ତରଫରୁ ଆନ୍ଦୋଳନକୁ ଆହୁରି ଦୃଢ଼ କରାଯିବା ପାଇଁ ନିଷ୍ପତି ନିଆଯାଇଛି। ଏଥିପାଇଁ ଜନସାଧାରଣ ଯେଉଁ ଅସୁବିଧାର ସମ୍ମୁଖୀନ ହେବେ ସେଥିପାଇଁ ବିଦ୍ୟୁତ ନିୟାମକ ଆୟୋଗ, ଶକ୍ତି ବିଭାଗ ଦାୟୀ ରହିବେ ବୋଲି ମଞ୍ଚ ତରଫରୁ ଚେତାବନୀ ଦିଆଯାଇଛି। ଆଜିର ଧାରଣାରେ ଡିଭିଜନାଳ ସମ୍ପାଦକ ସୁଶୀଲ କୁମାର ସେଠ୍, ଇଂ.ବିଭୁତି ଭୂଷଣ ଶତପଥି, ଇଂ.ଚିଦା ନନ୍ଦ ମହାକୁଳ, ସୁଜୟ କୁମାର ପଢ଼ିହାରୀ, ପ୍ରଦୀପ୍ତ ଖିଲାର, ଅମୀୟ ଶଙ୍କର ଦେ, ପଙ୍କଜ କୁମାର କଶ୍ୟପ, ସୁରେନ୍ଦ୍ର ସ୍ୱାଇଁ, ସୁଜିତ ପଟେଲ, ମାନସ ପାଳ, ସତ୍ୟ ରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।