Odiapua.com

ୱେବ୍ ଚ୍ୟାନେଲ୍ ପ୍ରତିନିଧିଙ୍କ ନାମରେ ମାମଲା ଋଜୁ ର ପ୍ରତିବାଦ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୩୧/୦୭-ନୟାଗଡ ଜିଲ୍ଲା ରଣପୁର ର ଜନୈକ ୱେବ୍ ଚ୍ୟାନେଲ୍ ର ପ୍ରତିନିଧି ପ୍ରସନ୍ନ କୁମାର ସାହୁଙ୍କ ନାମରେ ମିଥ୍ୟା ମାମଲା ହୋଇଥିବା ଜଣା ପଡିଛି । ତେଣୁ ୱେବ୍ ଚ୍ୟାନେଲ୍ ର ପ୍ରତିନିଧିମାନେ ମିଥ୍ୟା ମାମଲା ପ୍ରତ୍ୟାହାର ଦାବି ନେଇ ରଣପୁର ଥାନା ଆଗରେ ବିକ୍ଷୋଭ କରିଥିବା ଜଣା ପଡିଛି ଏବଂ ମାମଲା ପ୍ରତ୍ୟାହାର ପାଇଁ ନୟାଗଡ ଏସ୍‌.ପି ପ୍ରତ୍ୟୁଷ ଦିୱାକରଙ୍କୁ ଲିଖିତ ଭାବେ ଜଣାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରଣପୁର ଏନ୍‌.ଏ.ସି ର ୧ନଂ ୱାର୍ଡ ରେ ଥିବା ପ୍ରାଥମିକ ବିଦ୍ୟାଳୟ ନିକଟରେ ଏକ ପିଲାଙ୍କ ପାର୍କ ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ନେଇ ଜନୈକ ବ୍ୟକ୍ତି ଓ ସାନଗଡ ଗ୍ରାମବାସୀଙ୍କ ମଧ୍ୟରେ ଯୁକ୍ତିତରକ ଲାଗିବା ସମୟରେ ଏହି ୱେବ୍ ଚ୍ୟାନେଲ୍ ର ପ୍ରତିନିଧି ପ୍ରସନ୍ନ କୁମାର ସାହି ଖବର ସଂଗ୍ରହ କରିବାକୁ ଯାଇଥିଲେ ।

ମାମଲା ସମ୍ପର୍କେ ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଉକ୍ତ ପ୍ରତିନିଧିଙ୍କ ନାମରେ ଜଣୈ ବ୍ୟକ୍ତି ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ମାମଲା ଋଜୁ ହୋଇଅଛି । ତଦନ୍ତ ଚାଲିଛି ତଦନ୍ତ ପରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଉକ୍ତ ବ୍ୟକ୍ତିଙ୍କ ନାମରେ ପୁର୍ବରୁ ଅନ୍ୟ ଏକ ମାମଲା ରହିଅଛି । କିନ୍ତୁ ଘଟଣାର ସତ୍ୟା ସତ୍ୟକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି ।