Odiapua.com

ୱାଲ ପେଇଣ୍ଟିଙ୍ଗ ଜରିଆରେ ଲୋକଙ୍କୁ ସଚେତନ ବାଣ୍ଟୁଛନ୍ତି ସୁନୀଲ

ବାଲିଗୁଡା, ୩୦/୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ.ନୂଆଗାଁର ସୁନୀଲ ନାୟକ ଜଣେ କଳାକାର ହିସାବରେ ପ୍ରଧାନ ମନ୍ତ୍ରୀଙ୍କ ଆହ୍ୱାନ ପରେ ଆଗେଇ ଆସିଛନ୍ତି କରୋନା ନେଇ ଲୋକଙ୍କୁ ସଚେତନ କରିବାକୁ। ଯଦିଓ ଆର୍ଥିକ କ୍ଷେତ୍ରରେ ସହାୟତା କରିବା ଅସମ୍ଭବ ତେବେ ନିଜର ଅନ୍ତର୍ନିହିତ କଳାକୁ ପାଥେୟ କରି ମହାମରୀକୁ ପ୍ରତିହତ କରିବାକୁ ଆଗେଇ ଆସି ୱାଲ ପେଇଣ୍ଟିଙ୍ଗ ଜରିଆରେ ଲୋକଙ୍କୁ ବାଣ୍ଟୁଛନ୍ତି ସଚେତନତାର ବାର୍ତ୍ତା। ନିଜର ପଇସାରେ ରଙ୍ଗ କିଣି ବିଭିନ୍ନ ସ୍ଥାନରେ ଅଦ୍ୟାବଧି ସୁଦ୍ଧା ୩୦ରୁ ଉର୍ଧ୍ଵ ୱାଲ ପେଇଣ୍ଟିଙ୍ଗ କରିଛନ୍ତି। ଘରେ ରହିବ, ହାତ ଧୋଇବା, ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଆଦି ସଚେତନ ବାର୍ତ୍ତା ସହ ପୋଲିସ, ଡାକ୍ତର ଓ ସାମ୍ୱାଦିକ କୁ କରୋନା ଯୋଦ୍ଧା ଭାବେ ୱାଲ ପେଇଣ୍ଟିଙ୍ଗ ଅଙ୍କିଛନ୍ତି କଳାକାର। ଏଥିସହିତ ଓଡ଼ିଶାରେ ସମସ୍ତ କଳାକାରଙ୍କୁ ଏଭଳି ଅସୁବିଧା ସମୟରେ ଲୋକଙ୍କୁ ୱାଲ ପେଇଣ୍ଟିଙ୍ଗ କରି ସଚେତନ କରାଇବାରେ ପ୍ରମୁଖ ଭୂମିକା ନେବାକୁ ଆହ୍ୱାନ ଦେଇଛନ୍ତି।ଏହି କଳାକାର ଙ୍କ ଏଭଳି ପ୍ରୟାସ କୁ ନେଇ ସାଧାରଣ ଲୋକେ ପ୍ରଶଂସା କରିବା ସହ ଶୁଭ କାମନା କରିଛନ୍ତି।