Odiapua.com

ୱେଷ୍ଟଇଣ୍ଡିଜ କୁ ୩୧୮ ରନରେ ହରାଇଲା ଭାରତ

ନୂଆଦିଲ୍ଲୀ, ୨୬/୦୮, (ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ୱେଷ୍ଟଇଣ୍ଡିଜ୍‌ବିପକ୍ଷ ପ୍ରଥମ ଟେଷ୍ଟ ଜିତିଲା ଟିମ୍‌ଇଣ୍ଡିଆ। ୱେଷ୍ଟଇଣ୍ଡିଜ୍‌କୁ ୩୧୮ ରନ୍‌ରେ ହରାଇ ଆଇସିସି ଟେଷ୍ଟ ଚାମ୍ପିଅନ୍‌ସିପ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ। ୱେଷ୍ଟଇଣ୍ଡିଜ୍‌ଆଗରେ ବିଜୟ ପାଇଁ ୪୧୯ ରନ୍‌ର ବିଶାଳ ଲକ୍ଷ ଦେଇଥିଲା ଭାରତ। ହେଲେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୦୦ ରନ୍‌ରେ ସମସ୍ତ ଓ୍ଵିକେଟ୍‌ହରାଇଥିଲା। ଜବରଦସ୍ତ ପ୍ରଦର୍ଶନ କରିଥିବା ବୁମ୍‌ରା ୫ ଓ୍ଵିକେଟ୍‌ନେଇଥିଲେ। ସେହିପରି ଇଶାନ୍ତ ଶର୍ମା ୩ଟି ଓ ମହମ୍ମଦ ସାମି ୨ଟି ଓ୍ଵିକେଟ୍‌ନେଇଥିଲେ। ଦୁଇଟି ଇନିଂସରେ ଚକତ୍କାର ବ୍ୟାଟିଂ କରିଥିଲେ ଅଜିଙ୍କ୍ୟ ରାହାଣେ।

ପ୍ରଥମ ପାଳିରେ ୮୧ ଓ ଦ୍ୱିତୀୟ ପାଳିରେ ୧୦୨ ରନ୍‌କରିଥିଲେ। ଦୀର୍ଘ ଦୁଇ ବର୍ଷ ପରେ ରାହାଣେଙ୍କ ବ୍ୟାଟ୍‌ରୁ ଶତକ ଦେଖିବାକ ମିଳିଥିଲା। ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ ହନୁମା ବିହାରୀ ୯୩ ଓ ବିରାଟ କୋହଲୀ ୫୨ ରନ୍‌କରିଥିଲେ। ଏହି ବିଜୟ ସହ ସହ ଭାରତ ୧-୦ରେ ସିରିଜ୍‌ଆଗୁଆ ରହିଛି।