Odiapua.com

୰ ବିଜୁ ପଟ୍ଟନାୟକ ଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ରଣପୁର ରେ ପାଳିତ

ନୟାଗଡ/୦୫/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ର ରଣପୁର ଠାରେ ଥିବା ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ପ୍ରବାଦ ପୁରୁଷ ପୁର୍ବତନ ମୁଖ୍ୟମନ୍ତ୍ରୀ ୰ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ରଣପୁର ବିଜୁ ଜନତା ଦଳ ତରଫରୁ ମାର୍ଚ୍ଚ ୫ ତାରିଖ ଅପରାହ୍ନ ୪ ଘଟିକା ସମୟରେ ପାଳିତ ହୋଇଯାଇଅଛି । ଏହି ଅବସର ରେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ସତ୍ୟ ନାରାୟଣ ପ୍ରଧାନ , ପୁର୍ବତନ ବ୍ଲକ ଅଧକ୍ଷ ଇଂ ଦେବାଶିଷ୍ ପଟ୍ଟନାୟକ ଓ ଯୁବ ନେତା ସଚ୍ଚିକାନ୍ତ ଷଡଙ୍ଗୀ ଙ୍କ ନେତୃତ୍ୱ ରେ ରାଜ ସୁନାଖଳା ଠାରୁ ଏକ ସାଇକେଲ ରାଲି ବାହାରି ରଣପୁର ପଞ୍ଚୁଦୋଳ ପଡିଆ ରେ ଥିବା ରଘୁ ଦିବାକର ପ୍ରତିମୁର୍ତୀ ରେ ପୁଷ୍ପମାଲ୍ୟ ଅର୍ପଣ ପରେ ରାଲି ମଣିନାଗ ପୀଠ ରେ ଥିବା ୰ ବିଜୁ ବାବୁଙ୍କ ପ୍ରତିମୁର୍ତୀ ରେ ପୁଷ୍ପମାଲ୍ୟ ଅର୍ପଣ ପରେ ସାଇକେଲ ରାଲି ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ କୁ ଯାଇଥିଲା । ସେଠାରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା ।

ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ସମ୍ମାନିତ ଅତୀଥି ଭାବେ ରଣପୁର ବ୍ଲକ ଅଧକ୍ଷା ନିରୂପମା ପ୍ରଧାନ , ବିଜୁ ଜନତା ଦଳ ର ବ୍ଲକ ସଭାପତି ପାଣ୍ଡବ ସେଠୀ , ରଣପୁର ନଗର ବିଜୁ ଜନତା ଦଳ ସଭାପତି ସ୍ୱରାଜ ମହାନ୍ତି ଯୋଗ ଦେଇଥିଲେ । ଅତୀଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ପ୍ରିୟବ୍ରତ ପ୍ରହରାଜ । ଅତୀଥିମାନେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ମୁଖ୍ୟ ଆଦର୍ଶ ଥିଲା ସେବାକରି ଓଡିଶା କୁ ବିକାଶ ର ଶୀର୍ଷ ରେ ପହଂଚାଇବା । ବିଜୁ ବାବୁଙ୍କ ନୀତି ଆଦର୍ଶ ଓ ଚିନ୍ତାଧାରା କୁ ଆପଣାଇ ନେବା ପାଇଁ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଆହ୍ୱାନ ଦେଇଥିଲେ । ଏହି ପରିପ୍ରେକ୍ଷି ରେ ପ୍ରତିଭା ମହାନ୍ତି , ବିଜୟ କେତନ ସାହୁ ଓ ରଣପୁର ଅଂଚଳ ର ଶହ ଶହ ବିଜୁ ପ୍ରେମୀ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷି ରେ ରଣପୁର ରଘୁ ଦିବାକର ଆସୋସିଏସନ୍ ସୁରେଷ ମିଶ୍ର  ପଞ୍ଚୁଦୋଳ ପଡିଆ ରେ ଏକ ରାହାଗିରୀ ର ଆୟୋଜନ କରିଥିଲେ । ସ୍ଲୋ ସାଇକେଲ ଚାଳନା ଠାରୁ ଆରମ୍ଭ କରି ବହୁ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗି ମାନଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା । ଯୁବ ସମାଜସେବୀ ଆକାଶ କୁମାର ସ୍ୱାଇଁ (ଛୋଟା ବାପି ) କୁ ସମସ୍ତ ଦର୍ଶକ ଧନ୍ୟବାଦ ଦେଇଥିଲେ ।