Odiapua.com

୰ ଦିବାକର ମହାନ୍ତିଙ୍କ ଏକଦଶାହରେ ସ୍ମୃତିଚାରଣ ସଭା

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ବିଶିଷ୍ଟ ସମାଜସେବୀ ତଥା ଭଦ୍ରକ ମୁଖ୍ୟଡ଼ାକଘରର ଅବସରପ୍ରାପ୍ତ ହେଡ ଼ପୋଷ୍ଟମାଷ୍ଟର ତଥା ଗୋପାଳବିନ୍ଧା ଗ୍ରାମର ୰ ଦିବାକର ମହାନ୍ତିଙ୍କ ଏକାଦଶାହ କ୍ରିୟା ଅବସରରେ ଭଦ୍ରକର ପ୍ରସିଦ୍ଧ ମା’ ଭଦ୍ରାକାଳୀ ମନ୍ଦିର ପରିସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇ ଯାଇଛି । ସାମ୍ବାଦିକ ଗୌରହରି ନାୟକଙ୍କ ପୌରହିତ୍ୟରେ ହାଇକୋର୍ଟର ସରକାରୀ ଆଇନଜୀବି ମନୋଜ କୁମାର ରାୟ, ବରିଷ୍ଠ ସେବାୟତ ତଥା ୰ ମହାନ୍ତିଙ୍କ ବାଲ୍ୟବନ୍ଧୁ ଗୋଲକ ବିହାରୀ ଦିକ୍ଷୀତ, ନବଜୀବନ କିନ୍ନର ସଂଘର ସଭାନେତ୍ରୀ ଶ୍ରାବଣୀ କିନ୍ନର, ଆର୍ନ୍ତଜାତୀୟ ନୃତ୍ୟଶିଳ୍ପୀ ଶୁଭେନ୍ଦୁ ଲେଙ୍କା, ସାମ୍ବାଦିକ ହେମନ୍ତ ସିଂହ, ପ୍ରଦ୍ୟୁମ୍ନ ପୁହାଣ, ବିଜେପି ନେତା ଗୋପାଳକୃଷ୍ଣ ଦାଶ, ଅନ୍ୱେଷା ଚକ୍ରବର୍ତ୍ତୀ, ଅଜାମ୍ବର ମଲ୍ଲିକ, ଶିବପ୍ରସାଦ ମଲ୍ଲିକ ଯୋଗଦେଇ ସ୍ମୃତିଚାରଣ କରିଥିଲେ । ୰ ମହାନ୍ତି ଏକାଧାରରେ ଜଣେ କର୍ତ୍ତବ୍ୟନିଷ୍ଟ କର୍ମଚାରୀ, ଶାନ୍ତ, ସରଳ, ପରୋପକାରୀ, ଧାର୍ମିକ ଭାବାପନ୍ନ ବ୍ୟକ୍ତି ଥିବା ବେଳେ ନିୟମିତ ଭାବେ ମା ଭଦ୍ରାକାଳୀ ମନ୍ଦିର, କେଶପୁର ଜଗନ୍ନାଥ ମନ୍ଦିର ଆଦିକୁ ଦାନ କରିଆସୁଥିବା ବେଳେ ଗୋପାଳବିନ୍ଧା ଗ୍ରାମଦେବତୀ ମନ୍ଦିର ନିର୍ମାଣର ମୁଖ୍ୟ କର୍ଣ୍ଣଧାର ଥିଲେ ବୋଲି କହିଥିଲେ । ଏଥିସହ ତାଙ୍କ ଜୀବଦଶା ମଧ୍ୟରେ ଅନେକ ଅଭାବି ମେଧାବୀ ଛାତ୍ରଙ୍କୁ ପାଠପଢାଇବା ସହିତ ଚାକିରି କ୍ଷେତ୍ରରେ ସହଯୋଗ କରିଆସୁଥିଲେ । ପ୍ରାରମ୍ଭରେ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ନୀରବ ପ୍ରାର୍ଥନା କରାଯାଇଥିଲା । ପରିବାରର ରବିନାରାୟଣ, ସାଇରାମ, ଗଗନ, ବିବେକାନନ୍ଦ ହେମପ୍ରଭା, ବିଦ୍ୟୁତପ୍ରଭା, ମମତା, ଓଜସ୍ୱିନୀ, ରୂପାଲି, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାର ସହଯୋଗ କରିଥିଲେ ।