Odiapua.com

୮ ବର୍ଷର ଝିଅକୁ ହାଣି ହତ୍ୟା କଲା ସଇତାନ ବାପା

ନୂଆପଡା, ୦୨/୧୧, (ଓଡ଼ିଆ ପୁଅ ପି ନାୟକ): ନୂଆପଡା ଖଡିଆଳ ଥାନା କୋଟାମାଲ ଗାଁ ରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ୮ ବର୍ଷର ନିଷ୍ପାପ ଶିଶୁ କନ୍ୟା ଜନ୍ମ କଲା ବାପା ହାଣି ହତ୍ୟା କରିଛି। ମୃତ ଶିଶୁ କନ୍ୟା ସରିତା କେତକି। ସୂଚନା ଅନୁସାରେ, ମହେନ୍ଦ୍ର କେତକୀଙ୍କ ଝିଅ ସରିତା ସ୍କୁଲରୁ ଘରକୁ ଆସିଥିଲେ। ହେଲେ କିଛି କଥାକୁ ନେଇ ମହେନ୍ଦ୍ର ତା ଝିଅକୁ ରାଗରେ ହାଣି ସେଠାରୁ ଫେରାର ହୋଇଯାଇଥିଲା। ପରେ ତାର ମାଆ କାମରୁ ଆସି ଦେଖିବା ପରେ ଏହି ଦୃଶ୍ୟ ଦେଖିକରି ପୋଲିସକୁ ଖବର ଦେଇଥିଲେ। ପରେ ଖବର ପାଇ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି।