Odiapua.com

୮ ପଞ୍ଚାୟତ ଫଳାଫଳ ପ୍ରକାଶିତ, ୨ଖଣ୍ଡ ଭୋଟରେ ଜିତିଲେ ସରସଦା ସମିତି ସଭ୍ୟା, ପ୍ରଣିତ୍‌କାନ୍ତି ସାମଲ ପ୍ରମୁଖ ବିଜୟୀ ପାର୍ଥର୍ୀ, ସବିତା ଚନ୍ଦ, ପୂର୍ଣ୍ଣପମା ଦାସ ଓ ସ୍ମୀତାରେଖା ପ୍ରମୁଖ ପରାଜିତ ପ୍ରାର୍ଥିନୀ

ଭଦ୍ରକ, ୨୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ମହାବିଦ୍ୟାଳୟ ପରିସରରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଦ୍ୱିତୀୟ ଦିନର ଭୋଟଗଣତି ଫଳାଫଳ ପ୍ରକାଶିତ ହୋଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ୨୩ ଜିଲ୍ଲା ପରିଷଦ ଜୋନରୁ ବିଜେଡି ପ୍ରାର୍ଥୀ ଲକ୍ଷ୍ମୀଧର ସାହୁ ୧୩୯୨୭ ଖଣ୍ଡ ଭୋଟ ପାଇବା ସହ ୪୬୮୫ଖଣ୍ଡ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ସୁରେଶ ସାମଲ ୯୨୪୨ ଖଣ୍ଡ ଭୋଟ ସହ ଦ୍ୱିତୀୟ, କଂଗ୍ରେସ ପ୍ରାର୍ଥିନୀ ପ୍ରଭାତନଳିନୀ ପଣ୍ଡା ୬୧୫୩ କଣ୍ଡ ଭୋଟ ସହ ତୃତୀୟ ଓ ବିଏସପି ପ୍ରାର୍ଥୀ ସୁବାସ ଜେନା ମାତ୍ର ୯୨ ଖଣ୍ଡ ଭୋଟ ହାସଲ କରିଛନ୍ତି । ଜୋନ ଅନ୍ତର୍ଗତ ଦକ୍ଷିଣବାଡ, ବୟାବନାପୁର, ସରସଦା, ପାଟୁଳି, ନିର୍ଗୁଣ୍ଡି, ନଗୁଆଁ, ଜଳମଣ୍ଡୁଆ ଓ ବିଷ୍ଣୁପୁର ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଫଳାଫଳ ମଧ୍ୟ ପ୍ରକାଶିତ ହୋଇଛି । ଦକ୍ଷିଣବାଡ ସରପଞ୍ଚ ବର୍ଷାରାଣୀ ଯେନା ସମିତି ସଭ୍ୟ ବିଷ୍ଣୁଚରଣ ଦାସ, ବୟାବନାପୁର ସରପଞ୍ଚ ଭାବେ ମିନତୀ ସାହୁ ସମିତି ସଭ୍ୟ ପ୍ରଣିତକାନ୍ତି ସାମଲ, ପାଟୁଳି ସରପଞ୍ଚ ଭାବେ ଅନିତା ରାଉତ ଓ ସମିତି ସଭ୍ୟ ଗୁରୁପ୍ରସାଦ ଗିରି, ସରସଦା ସରପଞ୍ଚ ଭାବେ ରମେଶ ଚନ୍ଦ୍ର ଯେନା ଓ ସମିତି ସଭ୍ୟା କମଳା ଯେନା, ନଗୁଆଁ ସରପଞ୍ଚ ଭାବେ କାଂଚନବାଳା ପାତ୍ର ଓ ସମିତି ସଭ୍ୟ ପ୍ରତାପ ଦ୍ୱିବେଦୀ, ନିର୍ଗୁଣ୍ଡି ସରପଞ୍ଚ ଭାବେ ସତ୍ୟବ୍ରତ ପାଲ ଓ ସମିତି ସଭ୍ୟ ରଣଜିତ ଯେନା, ଜଳମଣ୍ଡୁଆ ସରପଞ୍ଚ ଭାବେ ବାସନ୍ତିଲତା ଦାସ ଓ ସମିତି ସଭ୍ୟ ଜଗତ୍‌ଜୀବନ ବାରିକ, ବିଷ୍ଣୁପୁର ସରପଞ୍ଚ ଭାବେ ଅମୂଲ୍ୟ ନାୟକ ଓ ସମିତି ସଭ୍ୟା ଶୁଭଲକ୍ଷ୍ମୀ ପାଣିଗ୍ରାହୀ ବିଜୟୀ ହୋଇଛନ୍ତି । ପ୍ରମୁଖ ବିଜୟୀ ପ୍ରାର୍ଥୀ ଭାବେ ପ୍ରଣିତକାନ୍ତି ସାମଲ ଥିବା ବେଳେ ପ୍ରମୁଖ ପରାଜିତ ପ୍ରାର୍ଥୀ ଭାବେ ସବିତା ଚନ୍ଦ, ପୂର୍ଣ୍ଣପମା ଦାସ, ରଶ୍ମିରେଖା ରାଉତ ପ୍ରମୁଖ ରହିଛନ୍ତି । ସରସଦା ସମିତି ସଭ୍ୟା ମାତ୍ର ୨ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।