Odiapua.com

୮୮.୮ଲିଟର ମଦ ଜବତ ; ଜଣେ ଗିରଫ

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆରଡି ଫାଣ୍ଡି ଅଧିନସ୍ଥ ପହଣା ବସଷ୍ଟାଣ୍ଡ ନିକଟରେ ଦୀର୍ଘଦିନ ଧରି େଦ୍ୱେନ୍ଦ୍ର ଦାସ ନାମକ ବ୍ୟକ୍ତି ଚୋରାରେ ମଦ ବେପାର କରି ଆସୁଥିଲା । ଏପରି ଖବର ପାଇ ଆରଡି ଫାଣ୍ଡି ଅଧିକାରୀ ଅଭିମନ୍ୟୁ ଦାସ ଓ ତାଙ୍କର ସହଯୋଗୀଙ୍କୁ ନେଇ ଅଚାନକ ଚଢ଼ାଉ କରି ୮୮.୮ଲିଟର ମଦ ଜବତ କରିବା ସହ ଦ୍ୱେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଆରଡି ପୀଠ ଏକ ପ୍ରମୁଖ ପର୍ଯଟନସ୍ଥଳ ହୋଇଥିବାରୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଆସିଥାନ୍ତି । ହେଲେ କିଛି ଅସାମାଜିକ ବ୍ୟକ୍ତି ମାଦକ ଦ୍ରବ୍ୟ ପାନ କରି ଅଶ୍ଳାଳୀନ ବ୍ୟବହାର ପଦର୍ଶନ କରୁଥିବା ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ ହୋଇଥାଏ । ଏପରିକି ପୀଠକୁ ନିଶାମୁକ୍ତ ପାଇଁ ନିଶାଦ୍ରବ୍ୟ ବିକ୍ରି କରିବା ଓ ସେବନ କରିବା ଉପରେ ଜିଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ କଡା ତାଗିଦ କରାଯିବା ସହ ଦୀର୍ଘ ଦିନ ହେବ ଚୋରା ବେପାରିଙ୍କ ଉପରେ ପୁଲିସ ନଜର ରଖିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।