Odiapua.com

୮୬ ତମ ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ସମାରୋହ,ସମସ୍ଥ ସରକାରି ଓ ବେସରକାରି ପ୍ରତିଷ୍ଠାନ ଗୁଡିକରେ ଓଡିଆ ଭାଷାରେ ନାମଫଳକ ଲଗାଯିବା ପାଇଁ ନିଷ୍ପତି

ମାଲକାନଗିରି,୧ା୪ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ବିଭିନ୍ନ ସରକାରି ଓ ବେସରକାରି ଅନୁଷ୍ଠାନ ଗୁଡିକରେ ପବିତ୍ର ଉତ୍କଳଦିବସ କରୋନା କଟକମା ମଧ୍ୟରେ ପାଳିତ ହୋଇ ଯାଇଛି । ପବିତ୍ର ଉତ୍କଳଦିବସ ଅବସରରେ ଜିଲ୍ଲା ସୁଚନା ଲୋକସଂପର୍କ ବିଭାଗ ପକ୍ଷରୁ ସକାଳ ୫ଟାରେ ଡାକବାଜି ଯନ୍ତ୍ର ଯୋଗେ ବନ୍ଦେଉତ୍କଳ ଜନନୀ ସଂଗୀତ ଗାନ କରାଯାଇ ସହରପରିକ୍ରମା କରାଯାଇଥିଲା । ସକାଳ ୮ଟାରେ ଜିଲ୍ଲାସଦର ମହକୁମା ପୁରୁଣା ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଜିଲ୍ଲାସୁଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଉତ୍କଳଦିବସ ଉତ୍ସବ ପାଳନ ଅବସରରେ ୍‌ନୁସୁଚିତ ଜନଜାତି ଅନୁସୁଚିତ ଜାତି ସଂଖ୍ୟାଲଘୁ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟାଳୟ ପରିସର ଓ ସର୍କିଟ ହାଉସ ଠାରେ ଥିବା ଗାନ୍ଧୀ,ଗୋପବନ୍ଧୁ, ମଧୂବାବୁ ପ୍ରମୁଖ ମହାପୁରୁଷଙ୍କ ପ୍ରତିମୂର୍ତି ରେ ମାଲ୍ୟାର୍ପଣ କରି ସ୍ମୃତିଚାରଣ କରିଥିଲେ ।ଏହି ଅବସରରେ ମାଲାକନଗିରି ବିଧାୟକ ଆଦିତ୍ୟ ମାଢି,ଚିତ୍ରକୋଣ୍ଡା ବିଧାୟକ ପୂଣ୍ଣ ର୍ଚନ୍ଦ୍ର ବାକା,ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି, ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ପିଡି ଡିଆରଡିଏ ବାଳମୁକୁନ୍ଦ ଭୂୟାଁ ,ଡ.ଗୁଣନିଧି ନାୟକ,ଜିଲ୍ଲା ସୁଚନା ଓ ଲୋକସଂପର୍କ ଅଧିକାରୀ ସ୍ନିଗ୍ଦାରାଣି ଚୌଧୁରୀ ଙ୍କ ସହିତ ଅନ୍ୟାନ ଅଧିକାରି ଓ ସ୍କୁଲର ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦେଇ ମହାପୁରଷ ଙ୍କ ପ୍ରତି ମୁର୍ତିରେ ମାଲ୍ୟାର୍ପଣ କରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାପୁରଷ ମାନଙ୍କ ଭୁମିକା ସଂପର୍କରେ କହିଥିଲେ । ଏହି ଅବସରରେ ମହିଳା ମହାବିଦଳୟର ଛାତ୍ରୀଙ୍କ ଦ୍ୱାରା ବନ୍ଦେଉତ୍କଳ ଜନନୀ ସଂଗୀତ ଗାନ,ବାଲିମେଳା କଳାନିକେତନ ସଂସ୍ଥାର ଛାତ୍ରୀ ମାନଙ୍କ ଦ୍ୱାରା ଓଡଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ପ୍ରତି ଯୋଗୀତାରେ କୃତିତ୍ୱ ହାସଲକରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟଅତିତି ମାନପତ୍ର ଓ ପୁରସ୍କାର ପ୍ରଦାନକରିଥିଲେ । ପବିତ୍ର ଉତ୍କଳଦିବସ ଠାରୁ ମାଲକାନଗିରି ଜିଲ୍ଲାର ସମସ୍ଥ ସରକାରି ଓ ବେସରକାରି କାର୍ଯ୍ୟାଳୟ,ପ୍ରତିଷ୍ଠାନ ଓ ଦୋକାନବଜାର ଗୁଡିକରେ ଓଡିଆଭାଷାରେ ନାମଫଳକ ଲେଖାଯିବାପାଇଁ ସଭାରେ ନିଷ୍ପତି ନିଆଯାଇଥିଲା ,ଜିଲ୍ଲାସୁଚନା ଲୋକସଂପର୍କ ବିଭାଗର ହରେକୃଷ୍ଣକିର୍ତନୀୟା,ରଜଂନ ମହାନ୍ତି,ଜୋସ୍ନାମୟୀ ଆଚାର୍ଯ୍ୟ, କାର୍ଯ୍ୟକ୍ରମ ପରକିଚାଳନା କରିଥିଲେ ।