Odiapua.com

୮୩ ନମ୍ବର କରୋନା ସଂକ୍ରମିତଙ୍କର ଗସ୍ତ ବିବରଣୀ – ଛଅ ଦିନ ଗାଁରେ ବୁଲିଛନ୍ତି,  ବ୍ୟାଙ୍କ ଯାଇଛନ୍ତି, ଘର କାମ ଦେଖିଛନ୍ତି

ଭୁବନେଶ୍ୱର ୨୩-୪ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ୮୩ ନମ୍ବର କରୋନା ସଂକ୍ରମିତଙ୍କର ବି।ୟରେ ରାଜ୍ୟ ସରକାର ସୂଚନା ଦେଇଛନ୍ତି। ସେ ହେଉଛନ୍ତି ଯାଜପୁର ଜିଲ୍ଲାର। ୩୮ ବର୍ଷିୟ। ଗତ ମାର୍ଚ୍ଚ ୩୦ ତାରିଖରେ ହାଓ୍ୱଡ଼ାର ଗଙ୍ଗା ଘାଟରୁ ଅନ୍ୟ ୧୧ ଜଣଙ୍କ ସହ ଓଡ଼ିଶାକୁ ଫେରିଥିଲେ। ୩ ଜଣ ଭଦ୍ରକରେ ଓହ୍ଲାଇଥିଲେ ଏବଂ ଅନ୍ୟ ୮ ଜଣ ଯାଜପୁର ଟାଉନରେ ଓହ୍ଲାଇଥିଲେ।

୮୩ ନମ୍ବର କରୋନା ସଂକ୍ରମିତ ବ୍ୟକ୍ତି ଯାଜପୁରରେ ଓହ୍ଲାଇବାପରେ ପୁଲିସ ତାଙ୍କୁ ଅଟକାଇ ଥିଲା ଯାଜପୁର ମୁଖ୍ୟ ହସ୍ପିଟାଲକୁ ନେଇଥିଲା ଏବଂ ଘରେ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଥିଲା। ସେ ପାଦରେ ଚାଲି ଘରକୁ ଯାଇଥିଲେ ଏବଂ ଗୋଟିଏ ଅଲଗା କୋଠରୀରେ ଏପ୍ରିଲ ୧୪ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ରହିଥିଲେ। ତାଙ୍କ ପାଖରେ କରୋନାର କୌଣସି ଲକ୍ଷଣ ନଥିଲା।

ଏପ୍ରିଲ ୧୫ରୁ ୨୧ ମଧ୍ୟରେ ସେ ବାଇକରେ ଗାଁରେ ବୁଲିବା ସହ ନିଜ ଘର ନିର୍ମାଣ କାମ ଦେଖାଦେଖି କରିଥିଲେ। ଏହା ବ୍ୟତୀତ ସେ ସ୍ଥାନୀୟ ଇଣ୍ଡାସ୍ ବ୍ରାଞ୍ଚ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାକୁ ମଧ୍ୟ ଯାଇଥିଲେ।

୨୨ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ କଳିଙ୍ଗନଗର ଟାଟା କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଛି।