ତାଳଚେର, ୨୨/୬ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ବ୍ଲକ ଚାଳଗଡ ଗ୍ରାମ ଠାରେ ନେତାଜୀ ନିର୍ମାଣ ଶ୍ରମିକ ସଙ୍ଗଠନ ପକ୍ଷରୁ ୮୩ତମ ସର୍ବଭାରତୀୟ ଫରୱାର୍ଡ ବ୍ଲକ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଟ୍ରେଡ୍ ୟୁନିଅନ୍ ଜିଲ୍ଲା ସଭାପତି ନିରଞ୍ଜନ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସମାଜସେବୀ କ୍ଷୀରୋଦ ସାହୁ, ସମ୍ମାନୀତ ଅତିଥି ଭାବେ ବିଭୁତି ସାହୁ, ନାଏବ୍ ସରପଂଚ ରାଜୀବ ଦାସ, ଚାଳଗଡ ଗ୍ରାମ ସଭାପତି କାର୍ତିକ ପଟ୍ଟନାୟକ, ସମ୍ପାଦକ ଶିବାନନ୍ଦ ଥମ୍ବ ପ୍ରମୁଖ ଯୋଗ ଦେଇ ନେତାଜୀଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ୱଳନ କରିବାସହ ସମାଜ ଗଠନରେ ନେତାଜୀଙ୍କ ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ନିର୍ମାଣ ଶ୍ରମିକଙ୍କ ସମେତ ଅନୁଷ୍ଠାନର ସଦସ୍ୟମାନେ ଉପସ୍ଥିତ ଥିଲେ।
୮୩ତମ ସର୍ବଭାରତୀୟ ଫରୱାର୍ଡ ବ୍ଲକ ପ୍ରତିଷ୍ଠା ଦିବସ ପାଳିତ
