ଭଦ୍ରକ, ୧୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲା ପ୍ରଶାସନିକ ସ୍ତରରେ ୮୧ ରାଜସ୍ୱ କର୍ମଚାରୀଙ୍କୁ ଆଜି ବଦଳି କରାଯାଇଛି। ପ୍ରଶାସନିକ ସ୍ତରରେ ସ୍ୱଚ୍ଛତା ଓ ବିଭାଗୀୟ ସୁପରିଚାଳନା ପାଇଁ ଯେଉଁ କର୍ମଚାରୀମାନେ ୩ ବର୍ଷ କିମ୍ବା ୩ ବର୍ଷରୁ ଉର୍ଦ୍ଧ୍ୱ ଧରି ଗୋଟିଏ ବିଭାଗରେ ଅବସ୍ଥାପିତ ଅଛନ୍ତି, ସେମାନଙ୍କୁ ଅନ୍ୟତ୍ର ବଦଳି କରାଯିବା ପାଇଁ ରାଜ୍ୟ ସରକାର ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ସରକାରଙ୍କ ଏହି ନିର୍ଦ୍ଦେଶନାମା ଅନୁଯାୟୀ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ୧୦ ଜଣ ସେକ୍ସନ ଅଫିସର, ୨୦ ଜଣ ସିନିୟର ରେଭିନ୍ୟୁ ଆସିଷ୍ଟାଂଟ, ୬ ଜଣ ଜୁନିୟର ରେଭିନ୍ୟୁ ଆସିଷ୍ଟାଂଟ, ୨୦ ଜଣ ଆର.ଆଇ., ୧୧ ଜଣ ଏ.ଆର.ଆଇ., ୧୨ ଜଣ ଅମିନ ଓ ୨ ଜଣ ରେଭିନ୍ୟୁ ସୁପରଭାଇଜରଙ୍କୁ ବଦଳି କରାଯାଇଛି। ୧୦ ଜଣ ସେକ୍ସନ ଅଫିସରଙ୍କ ମଧ୍ୟରେ ଜିଲାପାଳଙ୍କ କାର୍ଯ୍ୟାଳୟର ରାଜସ୍ୱ ବିଭାଗର ସେକ୍ସନ ଅଫିସର ଅତୁଲ କୁମାର ନନ୍ଦୀଙ୍କୁ ଜୁଡିସିଆଲ ବିଭାଗର ସେକ୍ସନ ଅଫିସର ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଜୁଡିସିଆଲ ବିଭାଗର ଏଲିନା ସେନାପତିଙ୍କୁ ଭୂ-ଅର୍ଜନ ବିଭାଗ, ବାସୁଦେବପୁର ତହସିଲର ରବିନ୍ଦ୍ର କୁମାର ଦତଙ୍କୁ ଜିଲାପାଳଙ୍କ କାର୍ଯ୍ୟାଳୟ ରାଜସ୍ୱ ବିଭାଗ ସେକ୍ସନ ଅଫିସର ଭାବେ ଅବସ୍ଥାପିତ କରାଯାଇଛି। ବନ୍ତ ବ୍ଲକ୍ର ସେକ୍ସନ ଅଫିସର ଅନୱର ହୋସେନ ଖାଁଙ୍କୁ ବାସୁଦେବପୁର ବ୍ଲକ୍, ବାସୁଦେବପୁର ବ୍ଲକ୍ର ରମଜିତ୍ ମାରାଣ୍ଡିଙ୍କୁ ଭଣ୍ଡାରିପୋଖରୀ ତହସିଲ, ଭୂଅର୍ଜନ ବିଭାଗର ମିନତୀ ସିଂଙ୍କୁ ବାସୁଦେବପୁର ତହସିଲ, ଭଣ୍ଡାରିପୋଖରୀ ତହସିଲର ଖଗେନ୍ଦ୍ର ମାଧେଇଙ୍କୁ ଚାନ୍ଦବାଲି ବ୍ଲକ୍, ଚାନ୍ଦବାଲି ବ୍ଲକ୍ର ପୂର୍ଣ୍ଣଚନ୍ଦ୍ର ପୁହାଣଙ୍କୁ ବନ୍ତ ବ୍ଲକ୍ ଓ ଧାମନଗର ତହସିଲର ମୈରାଜ ଅଲ୍ଲୀ ସାହାଙ୍କୁ ଜିଲା ପଂଚାୟତ ଅଫିସ୍ ଓ ଜିଲା ପଂଚାୟତ ଅଫିସର ସେକ୍ସନ ଅଫିସର ତପନ କୁମାର ଜେନାଙ୍କୁ ଧାମନଗର ତହସିଲକୁ ବଦଳି କରାଯାଇଛି। ୨୦ ଜଣ ସିନିୟର ରେଭିନ୍ୟୁ ଆସିଷ୍ଟାଂଟଙ୍କ ମଧ୍ୟରେ ଜୁଡିସିଆଲ ବିଭାଗର ଇତୁଲ କୁମାର ଘୋଷଙ୍କୁ ରେଭିନ୍ୟୁ ସେକ୍ସନ, ଜୁଡିସିଆଲ ସେକ୍ସନର ମଂଜୁଲତା ସେଠୀଙ୍କୁ ଏମରଜେନ୍ସି, ରେଭିନ୍ୟୁ ସେକ୍ସନର ଉଦୟ ନାରାୟଣ ପଣ୍ଡାଙ୍କୁ ଏଷ୍ଟାବ୍ଲିସ୍ମେଂଟ ସେକ୍ସନ, ଏଷ୍ଟାବ୍ଲିସ୍ମେଂଟ ସେକ୍ସନର ଅସୀମା ନାୟକଙ୍କୁ ରେଭିନ୍ୟୁ ସେକ୍ସନ, ଏମରଜେନ୍ସି ସେକ୍ସନର କାହ୍ନୁଚରଣ ନାୟକଙ୍କୁ ଭଦ୍ରକ ବ୍ଲକ୍, ରେଭିନ୍ୟୁ ସେକ୍ସନର ପୁଷ୍ପାଞ୍ଜଳି ମହାନ୍ତିଙ୍କୁ ଜିଲା ସମାଜ ମଙ୍ଗଳ ବିଭାଗ, ଜିଲା ସମାଜ ମଙ୍ଗଳ ବିଭାଗର ଦେବୀଦତ ମହାନ୍ତିଙ୍କୁ ବାସୁଦେବପୁର ତହସିଲ, ଏଷ୍ଟାବ୍ଲିସ୍ମେଂଟ ସେକ୍ସନର ଦେବଜାନୀ ସାହୁଙ୍କୁ ଅଡିଟ୍ ସେକ୍ସନ, ଭଦ୍ରକ ତହସିଲର ସସ୍ମିତା ସାମଲଙ୍କୁ ଭଣ୍ଡାରିପୋଖରୀ ତହସିଲ, ବାସୁଦେବପୁର ତହସିଲର ଉମାଶଙ୍କର ମହାଳିକଙ୍କୁ ଧାମନଗର ତହସିଲ, ଭଣ୍ଡାରିପୋଖରୀ ତହସିଲର ଦିଗବିଜୟ ସୋରେନଙ୍କୁ ଆଇସିଡିଏସ୍ ତିହିଡି, ଧାମନଗର ତହସିଲଦର ସରୋଜ କୁମାର ସାହୁଙ୍କୁ ବାସୁଦେବପୁର ତହସିଲ, ତିହିଡି ତହସିଲର ଏକ୍ରାମ ଅଲ୍ଲୀ ଖାଁଙ୍କୁ ଚାନ୍ଦବାଲି ବ୍ଲକ୍, ଚାନ୍ଦବାଲି ବ୍ଲକ୍ର ଦେବାଶିଷ ଦାସଙ୍କୁ ଭଣ୍ଡାରିପୋଖରୀ ବ୍ଲକ୍, ତିହିଡି ତହସିଲାର ମୁକ୍ତିକାନ୍ତ ମଲ୍ଲିକଙ୍କୁ ବାସୁଦେବପୁର ତହସିଲ, ବାସୁଦେବପୁର ତହସିଲର କୃଷ୍ଣଚନ୍ଦ୍ର ରାଉତଙ୍କୁ ତିହିଡି ତହସିଲ, ବାସୁଦେବପୁର ତହସିଲର ରାଜେନ୍ଦ୍ର କୁମାର ବଳଙ୍କୁ ତିହିଡି ବ୍ଲକ୍, ଚାନ୍ଦବାଲି ତହସିଲର ସନ୍ଧ୍ୟାରାଣୀ ବେହେରାଙ୍କୁ ଚାନ୍ଦବାଲି ଆଇସିଡିଏସ୍-୧, ଆଇସିଡିଏସ୍ ତିହିଡିର ଅବସ୍ଥାପିତ ଥିବା ପୁଲକ ଜ୍ୟୋସ୍ନା ପଣ୍ଡାଙ୍କୁ ଭଦ୍ରକ ତହସିଲ, ଧାମନଗର ତହସିଲର ଚିତରଂଜନ ମଲ୍ଲିକଙ୍କୁ ସବକଲେକ୍ଟର ଅଫିସ୍କୁ ବଦଳି କରାଯାଇଛି। ସେହିଭଳି ୬ ଜଣ ଜୁନିୟର ରେଭିନ୍ୟୁ ଆସିଷ୍ଟାଂଟ, ୨୦ ଜଣ ଆର.ଆଇ., ୧୧ ଜଣ ଏ.ଆର.ଆଇ., ୧୨ ଜଣ ଅମିନ ଓ ୨ ଜଣ ରେଭିନ୍ୟୁ ସୁପରଭାଇଜରଙ୍କୁ ବଦଳି କରାଯାଇଛି। ବଦଳି ହୋଇଥିବା କର୍ମଚାରୀମାନେ ୭ଦିନ ମଧ୍ୟରେ ନିଜର ଦାୟିତ୍ୱ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ରହିଛି।