Odiapua.com

୮୦ ମିନିଟ ପାଇଁ ଠପ ହେଇଗଲା ୟୁଟ୍ୟୁବ

ଭୁବନେଶ୍ୱର;୧୭,ଅକ୍ଟୋବର:ଭିଡିଓ ସେୟାରିଂ ପ୍ଲାଟଫର୍ମ ୟୁଟ୍ୟୁବ ଆଜି ସକାଳୁ ପ୍ରାୟ ୮୦ ମିନିଟ ପାଇଁ ଠପ ହେଇଗଲା।ଆଜି ସକାଳ ୬ଟା ୫୦ରୁ ପ୍ରାୟ ୮୦ ମିନିଟ ଯାଏଁ ଦୁନିଆ ସାରା ୟୁଟ୍ୟୁବ ପୂରା ଠପ ହେଇଗଲା।ସର୍ଭରରେ କିଛି ତୃଟି କାରଣରୁ ଏହିପରି ସମସ୍ୟା ଦେଖା ଦେଇଥିବା କୁହାଯାଉଛି।ତେବେ ଏହା ପରେ ଏବେ ସମସ୍ୟା ସମାଧାନ ହୋଇଯାଇଛି।/ଦେବଦତ୍ତ