Odiapua.com

୮୦ ବର୍ଷର ବୃଦ୍ଧା କରୋନାକୁ ହରାଇ ସୁସ୍ଥ ହେଲେ,ପରିବାର ଲୋକେ ଜିଲ୍ଲାପ୍ରଶାସନ କୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କଲେ

ମାଲକାନଗିରି,୯ ।୬ (ଓଡିଆ ପୁଅ ) ମହାମାରି କରୋନା କବଳରେ ପଡି କେତେ ଯେ ପ୍ରାଣହରାଇ ଛନ୍ତି ଆଉକେତକ ସବ ର୍ହରା ହୋଇ ଦାଣ୍ଡରଭିକାରୀ ବନି ଯାଇଛନ୍ତି । ଆଉକେତେ ଜଣ କରୋନା ସଂକ୍ରମଣ ଭୟରେ ହାର୍ଟଫେଲ ହୋଇ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ୮୦ବର୍ଷର ବୃଦ୍ଧା କରୋନାକୁ ହରାଇ ସୁସ୍ଥହେବା ଘଟଣା ଜିଲ୍ଲା ଓ ରାଜ୍ୟପାଇଁ ଏକ ସୁଭଖବର ପାଲଟିଛି । କରୋନା ରେ ଆକ୍ରନ୍ତହୋଇ ମାଲକାନଗିରି ଜିଲ୍ଲା କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ଜାନକି ସାହୁ ନାମି ଜଣେ ୮୦ବର୍ଷର ବୃଦ୍ଧା କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଥିବାରୁ ତାଙ୍କପରିବାର କୋଭିଡ ହସପିଟାଲ ଡାକ୍ତର ଓ ସ୍ୱାସ୍ଥ୍ୟବିଭାଗ ଓ ଜିଲ୍ଲାପ୍ରସାସନ କୁ ଧନ୍ୟବାଦ ଜଣାଇଛନ୍ତି । ମାଲକାନଗରି ସହରର ସାଗର ପାଣିଗ୍ରାହୀ ନାମକ ଜଣେ ଯୁବକ ଙ୍କର ଜେଜେ ମା ଜାନକୀ ସାହୁ ଗତ କିଛି ଦିନତଳେ କୋରାନରେ ଆକ୍ରାନ୍ତ ହୋଇଥିଲେ ।ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲାକୋଭିଡ ହସପିଟାଲରେ ଚିକିତ୍ସା ନିମନ୍ତେ ଊର୍ତିକରାଯାଇଥିଲା । ଜଣେ ବୟସ୍କ ବୃଦ୍ଦା ହୋଇଥିଲେ ମଧ୍ୟ ସେ କରୋନାକୁ ଖାତିର ନକରି ହସପିଟାଲରେ ରହି ସାହସର ସହିତ ଚିକିତ୍ସିତ ହୋଇଥିଲେ । ଆଜି ସେ ସୁସ୍ଥ ହୋଇ ନିଜ ଘରକୁ ଖୁସି ମନରେ ଫେରିଥିବାରୁ ତାଙ୍କ ଆଖିରୁ ଆନନ୍ଦ ଅଶ୍ରୃ ଝରିପଡିଥିଲା । ସେ ସୁସ୍ଥ ହୋଇ ଘରକୁ ଫେରିଥିବାରୁ ତାଙ୍କପରିବାର ବହୁତ ଖୁସି ହୋଇ ମାଲକାନଗିରି ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବୁଢିମା ଭଲ ହୋଇଯାଇଥିବାରୁ ସାଗରପାଣିଗ୍ରାହୀ କୋଭିଡ ହସପିଟାଲରେ ଉତମ ପରିଚାଳନା ଓ ଉତମ ମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆ ଯାଉଥିବାର ମତ ରଖି ମୁଖ୍ୟମନ୍ତ୍ରୀ,ରାଜ୍ୟ ସରକାର ଙ୍କୁ ଟୁଇଟ କରି ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ପାଣିଗ୍ରାହୀଙ୍କ ଟୁଇଟର ଉତରରେ ରେ ଜିଲ୍ଲାପାଳ ଡକ୍ଟର ୟେଦୁଲା ବୀଜୟ ମଧ୍ୟ ଟୁଇଟି କରି ଜଣାଇଛନ୍ତି ଆପଣଙ୍କ ଉପାଦେୟ ମତାମତ କୋଭିଡ ଯୋଦ୍ଧା ଓ କରୋନା ଆକ୍ର୍‌ନ୍ତ ଙ୍କୁ ସାହସହ ଯୋଗାଇ ଦେବ, ଜିଲ୍ଲାରେ କରୋନା ସଂକ୍ରମଣ କିପରି ହ୍ରାସପାଇବ ସମସ୍ତ ଜିଲ୍ଲାବାସୀ କୋଭିଡ ନିୟମପାଳନ କରି ପ୍ରଶାସନକୁ ସହଯୋଗ କରନ୍ତୁ ବୋଲି ସେ ମତ ରଖିଛନ୍ତି । ଅପର ପକ୍ଷରେ ଜିଲ୍ଲାମୁଖ୍ୟସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଫୁଲକୁମାର ନନ୍ଦ କହିଛନ୍ତି ମାଲକାନଗରି ର ଜଣେ ୮୦ବର୍ଷର ବୃଦ୍ଧା ଗୁରୁତର ଅବସ୍ଥାରେ କରୋନାରେ ଆକ୍ରନ୍ତ ହୋଇ ଜିଲ୍ଲ । କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ଅକ୍ସିଜେନ ସ୍ତର ବହୁତ କମି ଯାଇଥିଲା,ହସପିଟାଲର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନେ ସେହି ବୃଦ୍ଧାଙ୍କୁ ସ୍ୱତନ୍ତ୍ରଭାବେ ଚିକିତ୍ସା ର ଦାଇତ୍ୱ ନେଇ ରାତି ଦିନ ପରିଶ୍ରମକରି ସୁସ୍ଥକରିପାରିଛନ୍ତି । ଆଜି ସୁଦ୍ଧା ଜିଲ୍ଲାରେ ୯୧୫୩ଜଣ କରୋନା ଆକ୍ରନ୍ତ ଙ୍କ ମଧ୍ୟରୁ ୮୨୦୬ଜଣ କରୋନା ଆକ୍ରନ୍ତ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ।