Odiapua.com

୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅବିଯୋଗରେ ୩୨ ବର୍ଷୀୟ ପଡ଼ାଶୀ ଗିରଫ

ନୂଆ ଦିଲ୍ଲୀ ୧୬-୬ (ଓଡ଼ିଆ ପୁଅ) ଦିଲ୍ଲୀର ୱାଜିରାବାଦ ଅଞ୍ଚଳରେ ଜଣେ ୭ ବର୍ଷର ବାଳିକା ସହ ଦୁଷ୍କର୍ମ ଅଭିଯୋଗରେ ଜଣେ ୩୨ ବର୍ଷିୟ ପଡ଼ୋଶୀଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ଦିନ ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି ଯେ, ମଙ୍ଗଳବାର ରାତି ପ୍ରାୟ ନଅଟା ସମୟରେ ୱାଜିରାବାଦ ଅଞ୍ଚଳରେ ଜଣେ ନାବାଳିକାକୁ ଅସଦାଚରଣ କରିବା ସମ୍ପର୍କରେ ସୂଚନା ମିଳିଛି।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୀଡିତାଙ୍କ ସହ କଥା ହେବା ପରେ ପଡୋଶୀକୁ ଗିରଫ କରିଛି। ବିହାରର ୩୨ ବର୍ଷୀୟ ଅଭିଯୁକ୍ତ ଫେରାର ହୋଇଯାଇଥିଲା, କିନ୍ତୁ ପରେ ସେହି ରାତିରେ ତାକୁ ଗିରଫ କରାଛି ବୋଲି ପୋଲିସ୍ କହିଛି।

ପୀଡିତାର ଡାକ୍ତରୀ ମାଇନା କରାଯାଇଥିଲା। ଡାକ୍ତରୀ ପରୀକ୍ଷା ଉପରେ ଆଧାର କରି ଧାରା ଭାରତୀୟ ଦଣ୍ଡବିଧି ଆଇନର ୩୨୩, ୩୫୪ ଏବଂ ୩୫୪-ବି ଏବଂ ପୋସ୍କୋ ଆକ୍ଟର ଧାରା ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତକୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି।