Odiapua.com

୭୫ ହଜାରରୁ ଅଧିକ ଷ୍ଟାର୍ଟଅପ୍‌କୁ ମିଳିଛି ମାନ୍ୟତା

ଭାରତ ପ୍ରମୁଖ ମାଇଲ୍ ଖୁଂଟ ଅତିକ୍ରମ କରିଛି, ଏବେ ସୁଦ୍ଧା ୭୫ ହଜାରରୁ ଅଧିକ ଷ୍ଟାର୍ଟଅପ୍‌କୁ ମିଳିଛି ମାନ୍ୟତା

ଏହି ସଂଖ୍ୟା ନବସୃଜନ ଏବଂ ବିକାଶ ଗତିଶୀଳତାର ପରିକଳ୍ପିତ ଶକ୍ତିର ପ୍ରମାଣ ଦେଇଥାଏ : ଶ୍ରୀ ପୀୟୁଷ ଗୋୟଲ

ପ୍ରାରମ୍ଭିକ ପର‌୍ୟ୍ୟାୟରେ ୮୦୮ ଦିନରେ ୧୦ହଜାର ଷ୍ଟାର୍ଟଅପ୍‌ସକୁ ମାନ୍ୟତା ମିଳିବା ତୁଳନାରେ ଏହି ଥର ୧୫୬ ଦିନରେ ସେହି ସମାନ ସଂଖ୍ୟାରେ ଷ୍ଟାର୍ଟଅପ୍‌ସକୁ ମାନ୍ୟତା ମିଳିଛି

ଭାରତୀୟ ଷ୍ଟାର୍ଟଅପ୍‌ସ ବ୍ୟବସ୍ଥା ଦ୍ୱାରା ୭.୪୬ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି

ଟାୟର – ୨ ଏବଂ ଟାୟର – ୩ ସହରରୁ ୪୯ ପ୍ରତିଶତ ଷ୍ଟାର୍ଟଅପ୍‌ସ

ନୂଆ ଦିଲ୍ଲୀ ୪-୮ (ଓଡ଼ିଆ ପୁଅ) କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ, ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ଏବଂ ବୟନ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ ଆଜି ଭାରତ ଏକ ପ୍ରମୁଖ ମାଇଲ୍ ଖୁଂଟ ଅତିକ୍ରମ କରିଛି, ଯେଉଁଥିରେ ୭୫ ହଜାରରୁ ଅଧିକ ଷ୍ଟାର୍ଟଅପ୍‌କୁ ମାନ୍ୟତା ମିଳିଛି ବୋଲି ଘୋଷଣା କରିଛନ୍ତି। ସେ କହିଥିଲେ ଯେ, ଏହି ସଂଖ୍ୟା ପରିକଳ୍ପିତ – ଶକ୍ତିର ପ୍ରମାଣ ଦେଇଥାଏ। ଏହା ଏମିତି ଏକ ପରିକଳ୍ପନା, ଯାହା ନବସୃଜନ ଏବଂ ଉଦ୍ୟମିତା ଆଧାରିତ ବିକାଶ ସମ୍ପର୍କିତ ଅଟେ ବୋଲି ସେ ଗୁରୁତ୍ୱ ଦେଇ କହିଥିଲେ।

ଉଦ୍ୟୋଗ ଏବଂ ଆନ୍ତରୀଣ ବ୍ୟାପାର ସମ୍ବର୍ଦ୍ଧନ ବିଭାଗ (ଡିପିଆଇଆଇଟି) ୭୫ ହଜାରରୁ ଅଧିକ ଷ୍ଟାର୍ଟ – ଅପ୍‌ସକୁ ମାନ୍ୟତା ପ୍ରଦାନ କରିଛି, ଯାହା ସ୍ୱାଧୀନତାର ୭୫ ବର୍ଷ ହେବା କ୍ରମରେ ଏକ ମାଇଲ୍ ଖୁଂଟ ଅଟେ। ଭାରତ ଯେତେବେଳେ ଆଜାଦୀ / ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି, ସେତେବେଳେ ନବସୃଜନ, ଉତ୍ସାହ ଏବଂ ଉଦ୍ୟମୀ ଭାବନା ଭାରତୀୟ ଷ୍ଟାର୍ଟ ଅପ୍‌ସ ପାରିବେଶିବ ବ୍ୟବସ୍ଥାକୁ କ୍ରମାଗତ ଭାବେ ଗତି ପ୍ରଦାନ କରୁଛି।

୧୫ ଅଗଷ୍ଟ, ୨୦୧୫ରେ ଲାଲ୍‌କିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମର ସ୍ୱାଧୀନତା ଦିବସ ଅବସରରେ ତାଙ୍କର ସମ୍ବୋଧନରେ ଏକ ନୂତନ ଭାରତର ପରିକଳ୍ପନା କରିଥିଲେ, ଯାହା ଦେଶବାସୀ ମାନଙ୍କର ଉଦ୍ୟମଶୀଳତା କ୍ଷମତାକୁ ଜାଗ୍ରତ କରିବ। ପରବର୍ତ୍ତୀ ବର୍ଷ ଜାନୁଆରୀ ୧୬ରେ, ଯାହାକୁ ଏବେ ଜାତୀୟ ଷ୍ଟାର୍ଟ – ଅପ୍‌ସ ଦିବସ ରୂପରେ ଘୋଷିତ କରି ଦିଆ ଯାଇଛି, ସେହି ଦିନ ଦେଶରେ ଷ୍ଟାର୍ଟ – ଅପ୍‌ସ ଏବଂ ନବସୃଜନକୁ ସହାୟତା କରିବା ପାଇଁ ଏକ ସୁଦୃଢ଼ ପାରିବେଶିକ ବ୍ୟବସ୍ଥାର ନିର୍ମାଣ କାର୍ଯ୍ୟ – ଯୋଜନା ଆରମ୍ଭ କରା ଯାଇଥିଲା। ଏହି ଛଅ ବର୍ଷ ସମୟରେ, ଏହି କାର୍ଯ୍ୟ ଯୋଜନା ଦ୍ୱାରା ଭାରତକୁ ତୃତୀୟ ବୃହତ୍ ପାରିବେଶିକ ବ୍ୟବସ୍ଥା ନିର୍ମାଣ କରିବାରେ ସଫଳ ମାର୍ଗ – ଦର୍ଶନ ମିଳିଛି। ଏହା ମଧ୍ୟ ଆଶ୍ଚର୍ଯ୍ୟଜନକ କଥା ଯେ, ଯେଉଁଠାରେ ୧୦ ହଜାର ଷ୍ଟାର୍ଟ – ଅପ୍‌କୁ ୮୦୮ ଦିନରେ ମାନ୍ୟତା ପ୍ରାପ୍ତ ହୋଇ ଥିଲା, ସେଠାରେ ଏବେ ୧୦ ହଜାର ଷ୍ଟାର୍ଟ – ଅପ୍‌ସକୁ ମାତ୍ର ୧୫୬ ଦିନରେ ମାନ୍ୟତା ମିଳିଛି। ଏହି ହିସାବରେ ପ୍ରତିଦିନ ୮୦ ରୁ ଅଧିକ ଷ୍ଟାର୍ଟ ଅପ୍‌ସକୁ ମାନ୍ୟତା ଦିଆ ଯାଉଛି। ଏହି ହାର ବିଶ୍ୱରେ ସର୍ବାଧିକ ଅଟେ। ଏଥିରୁ ଜଣା ପଡୁଛି ଯେ, ଷ୍ଟାର୍ଟ ଅପ୍‌ସ ସଂସ୍କୃତିର ଭବିଷ୍ୟତ ଅନେକ ସମ୍ଭାବନାରେ ପରିପୂର୍ଣ୍ଣ ଏବଂ ଉତ୍ସାହବର୍ଦ୍ଧକ ଅଟେ।

ଷ୍ଟାର୍ଟ – ଅପ୍‌ସ ଇଣ୍ଡିଆ କାର୍ଯ୍ୟକ୍ରମ, ଯାହାକୁ ପ୍ରାଥମିକ ଭାବରେ ଷ୍ଟାର୍ଟ – ଅପ୍‌ସ ଗୁଡିକ ନିମନ୍ତେ ସକାରାତ୍ମକ ପରିବେଶ ଉପଲବ୍ଧ କରିବା ପାଇଁ ଆରମ୍ଭ କରା ଯାଇଥିଲା, ତାହା ଆଜି ଷ୍ଟାର୍ଟ – ଅପ୍‌ସ ନିମନ୍ତେ ଲଂଚ – ପ୍ୟାଡ୍ ରୂପରେ ପ୍ରସ୍ତୁତ ହୋଇ ଯାଇଛି। ଆରô୍ଥକ ସହାୟତାରୁ ଆରମ୍ଭ କରି ଆକର୍ଷକ କର ସୁବିଧା ପର‌୍ୟ୍ୟନ୍ତ, ବୌଦ୍ଧିକ ସମ୍ପତି ଅଧିକାରର ସମର୍ଥନ ଠାରୁ ନେଇ ସରଳ ସାର୍ବଜନିନ କ୍ରୟ ପର‌୍ୟ୍ୟନ୍ତ, ସୁଗମତା ନିମନ୍ତେ ନିୟମ ଗୁଡିକରେ ସୁଧାର କରିବା ଠାରୁ ଆରମ୍ଭ କରି ଅର୍ନ୍ତରାଷ୍ଟ୍ରୀୟ ଉତ୍ସବ ଏବଂ କାର୍ଯ୍ୟକ୍ରମରେ ଭାଗ ନେବା ପର‌୍ୟ୍ୟନ୍ତ, ଷ୍ଟାର୍ଟ – ଅପ୍ ଇଣ୍ଡିଆ କାର୍ଯ୍ୟକ୍ରମ ସମସ୍ତ ପ୍ରକାରର ସ୍ଥାୟୀ ଆରô୍ଥକ ବିକାଶର ଅଂଶ ହୋଇ ଯାଇଛି।

ମୋଟ୍ ମାନ୍ୟତାପ୍ରାପ୍ତ ଷ୍ଟାର୍ଟ ଅପ୍‌ସ ମଧ୍ୟରୁ ପାଖାପାଖି ୧୨ ପ୍ରତିଶତ ଆଇଟି ସେବା କ୍ଷେତ୍ରର ହୋଇଥିବା ବେଳେ, ୯% ସ୍ୱାସ୍ଥ୍ୟ ସୁବିଧା ଏବଂ ଜୀବ ବିଜ୍ଞାନ କ୍ଷେତ୍ରର, ୭% ଶିକ୍ଷା କ୍ଷେତ୍ରର, ୫% ପ୍ରତିଶତ ବୃତିଗତ ଏବଂ ବାଣିଜ୍ୟିକ ସେବା କ୍ଷେତ୍ରର ଏବଂ ୫% କୃଷି ଆବଶ୍ୟକତା ଗୁଡିକ ସହିତ ସମ୍ବନ୍ଧିତ ଅଟେ। ଭାରତୀୟ ଷ୍ଟାର୍ଟ – ଅପ୍ ପାରିବେଶିକ ବ୍ୟବସ୍ଥା ୭.୪୬ ଲକ୍ଷ ନିଯୁକ୍ତି ସୃଷ୍ଟି କରିଛି, ଏବଂ ଏଥିରେ ବିଗତ ୬ ବର୍ଷ ମଧ୍ୟରେ ବାର୍ଷିକ ୧୧୦ ପ୍ରତିଶତର ବୃଦ୍ଧି ଘଟିଛି। ବାସ୍ତବରେ, ଆମର ମୋଟ ଷ୍ଟାର୍ଟ – ଅପ୍‌ସ ମଧ୍ୟରୁ ୪୯ ପ୍ରତିଶତ ଟାୟାର – ୨ ସହରରୁ ଏବଂ ଟାୟାର – ୩ ସହରରୁ ଅଟେ, ଯାହା ଆମ ଦେଶର ଯୁବକ ମାନଙ୍କର ଦୃଢ଼ କ୍ଷମତାର ପରିଚାୟକ ଅଟେ।