Odiapua.com

୭୫ ମିଟର ଜାତୀୟ ପତାକା ଧରି ରଣପୁର କଂଗ୍ରେସର ପଦଯାତ୍ରା

ନୟାଗଡ଼ ୧୨/୦୮ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ତ୍ୟାଗ ଓ ବଳିଦାନ ୭୫ ବର୍ଷ ପୁର୍ତ୍ତି ପାଇଁ ରଣପୁର କଂଗ୍ରେସ ତରଫରୁ ସ୍ୱାଧିନତାର ଗୌରବ ଯାତ୍ରା ହୋଇଥିବା ଜଣାପଡ଼ିଛି। ଅଗଷ୍ଟ ୧୨ ତାରିଖ ମଧ୍ୟାନ୍ନରେ ସହୀଦ ରଘୁଦିବାକରଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ପଦଯାତ୍ରା ଶୁଭାରମ୍ଭ କରାଯାଇଥିଲା। ଏହି ପଦଯାତ୍ରା ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ପରିଭ୍ରମଣ କରି ମା ମଣିନାଗ ପୀଠରେ ସମାପ୍ତ କରାଯାଇଥିଲା।

ଏହି ପଦ ଯାତ୍ରାରେ ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଞ୍ଜିତ ଦାଶ, ରଣପୁର କଂଗ୍ରେସ ନେତା ସତ୍ୟବ୍ରତ ନାୟକ, ବ୍ଲକ କଂଗ୍ରେସ ସଭାପତି ଦିଲ୍ଲୀପ କୁମାର ଜେନା, ଧୃବ ଚରଣ ପରିଡ଼ା, ପ୍ରତିମା ଜେନା, ଶତୃଘନ ପାଇକରାୟ, ମିର୍ ଆବୁ ବକର ଶିଦ୍ଧିକ୍ ଆଦି ବହୁ ନେତୃବର୍ଗ ଯୋଗ ଦେଇଥିଲେ।