Odiapua.com

୭୨ ଘଣ୍ଟା ପାଇଁ ସରପଞ୍ଚ ପଞ୍ଚାୟତକୁ ସଟ ଡ଼ାଉନ ଘୋଷଣା କଲେ

ବଲାଙ୍ଗୀର ୧୨-୦୮, (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଜରାସିଂହା ପଞ୍ଚାୟତରେ ଦୁଇଜଣ କରୋନା ବା ସଂକ୍ରମିତ ବା ପଜିଟିଭ ଚିହ୍ନଟ ହେବାପରେ ସରପଞ୍ଚ କୁଶମଣୀ ମେହେର ସେହି ପଞ୍ଚାୟତକୁ ୭୨ ଘଣ୍ଟାପାଇଁ ସଟଡାଉନ ଘୋଷଣା କରିଛନ୍ତି। ଆସନ୍ତା ୧୨ ତାରିଖରୁ ୧୪ ତାରିଖ ରାତି ୧୨ ଟା ପର୍ଯ୍ୟନ୍ତ ସଟଡାଉନ ସହ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ଜରୁରୀକାଳୀନ କାମକୁ ଛାଡି ସମସ୍ତ ଦୋକାନ ବଜାର ବନ୍ଦ ରହିବ। ସୂଚନାଯୋଗ୍ୟ, ଦେଓଗାଁ ବ୍ଲକ ଜରାସିଂହା ଗାଁରେ ଗତ ରବିବାର ଜଣେ ୨୦ ବର୍ଷୀୟ ଯୁବକ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସୋମବାର ପୁଣି ଜଣେ ୪୨ ବର୍ଷୀୟ ପୁରୁଷ ଆକ୍ରାନ୍ତ ହୋଇଛନ୍ତି।