Odiapua.com

୭୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବାଣ ଜବତ

ବ୍ରହ୍ମପୁର,୦୯/୦୯,(ଓଡ଼ିଆ ପୁଅ ପି ନାଏକ):  ଗଞାମ ଜିଲ୍ଲା ଆସିକା ଥାନା ନଳବଣ୍ଟା ଗାଁରେ ଚାଲିଥିବା ବେଆଇନ ବାଣ କାରଖାନା ଉପରେ ଆସିକା ପୁଲିସର ଅଚାନକ ଚଢାଉ। ଏହି ଚଢାଉରେ ତିନି ଜଣ ବାଣ ମାଫିଆ ଗିରଫ ହୋଇଥିବା ବେଳେ ପାଖାପାଖି ୭୦ଲକ୍ଷ ଟଙ୍କାର ବେଆଇନ ବାଣ ଜବତ ହୋଇଥିବା ସୂଚନା ମିଳିଛି। ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।