Odiapua.com

୭ତାରିଖ ପର୍ଯ୍ୟନ୍ତ ଶାଳଣିଆଁ ଆଂଶିକ ସର୍ଟଡାଉନ

ହାଟଡିହି ୨ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ)  କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ଓ ସୋଲପଟା ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଠାରେ ସର୍ଟଡାଉନ ଅବଧିକୁ ଆସନ୍ତା ୭ତାରିଖ ରାତି ୧୨ଟା ପର‌୍ୟ୍ୟନ୍ତ ବୃଦ୍ଧି କରାଯାଇଛି । ଏଠାରେ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହେବାପରେ ଆନନ୍ଦପୁର ଉପଜିଲ୍ଲାପାଳ ଜୁଲାଇ୨୮ତାରିଖରୁ ଅଗଷ୍ଟ ୨ତାରିଖ ପର‌୍ୟ୍ୟନ୍ତ ସର୍ଟଡାଉନ ଘୋଷଣା କରିଥିଲେ । କିନ୍ତୁ ଆକ୍ରାନ୍ତଙ୍କ ସଂଖ୍ୟା ଲାଗିରହିବାରୁ ଏହାକୁ ପୁନର୍ବାର ଅଗଷ୍ଟ ୩ତାରିଖ ସକାଳ ୫ଟାଠାରୁ ଅଗଷ୍ଟ ୭ତାରିଖ ପର‌୍ୟ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକୀୟ ସେବା ଜାରି ରହିବା ସହିତ ଔଷଧ ଦୋକାନ, କ୍ଲିନିକ ଗୁଡିକ ଖୋଲା ରହିବ । ବ୍ୟାଙ୍କ ବନ୍ଦ ରହିବା ସହିତ କେବଳ ଏ.ଟି.ଏମ ଖୋଲାରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ସେହିପରି ତେଜରାତି, କ୍ଷୀର ଓ ପନିପରିବା ଦୋକାନ ଗୁଡିକ ସକାଳ ୭ରୁ ଅପରାହ୍ନ ୨ଟା ପର‌୍ୟ୍ୟନ୍ତ ଖୋଲାରହିବ ବୋଲି ଚିଠିନଂ୪୬/ତା ୧/୮/୨୦୨୦ରେ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଏହି ସର୍ଟଡାଉନର ଅବଧି ସମାପ୍ତ ହୋଇଯାଉଥିବାରୁ ଲୋକମାନେ ଚିନ୍ତାରେ ଥିଲେ । ଦୋକନପତ୍ର ଖୋଲାଯିବ କି ନାହିଁ ସର୍ଟଡାଉନ ଅବଧି ବୃଦ୍ଧି ହବକି ନାହିଁ ବୋଲି ଲୋକମାନେ ଜାଣି ପାରିନଥିଲେ । ରାତି ୮ଟାବେଳେ ସ୍ଥାନୀୟ ଜନପ୍ରତିନିଧି ଓ ଲୋକମାନେ ଚିଠି ପାଇବାପରେ ଯାଇ ଲୋକମାନେ ଆସ୍ୱସ୍ଥି ପ୍ରକାଶ କରିଛନ୍ତି ।