Odiapua.com

୭ଜଣ ରେଲୱେ ଟିକେଟ କଳାବଜାରୀଙ୍କୁ ପୋଲିସ ଉଠାଇନେଲା

କେନ୍ଦ୍ରାପଡା, ୫-୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେଥିବା ରେଲଫ୍ୱେ ଟିକେଟ କାଉଁଟରରେ ଶନିବାର ଟିକେଟ କଳାବଜାରୀ କରିବାକୁ ଚେଷ୍ଟା କରୁଥିବା ସମ୍ପର୍କରେ ଖବର ପାଇ ଟାଉନ ଥାନା ପୋଲିସ ସେଠାରେ ପହଁଚି ୭ଜଣଙ୍କୁ ସେଠାରୁ ଉଠାଇ ନେଇଥିଲା। ସେମାନଙ୍କୁ ପଚରାଉଚୁରା କରିବା ପରେ ପ୍ରତ୍ୟେକଙ୍କ ଠାରୁ ଏକ ବ୍ୟକ୍ତିଗତ ମୁଚାଲିକା ରଖି ୭ଜଣଙ୍କୁ ଥାନାରୁ ଛାଡି ଦେଇଥିବା ଥାନାର ଭାରପ୍ରାପ୍ତ ଇନସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ ସୂଚନା ଦେଇଛନ୍ତି।