Odiapua.com

୬ ସିଆରପିଏଫ୍ ଜବାନଙ୍କ ସମେତ ୧୪ ପଜିଟିଭ୍ ଚିହ୍ନଟ

କନ୍ଧମାଳ, ୩୦/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାରୁ ପୁଣି ମଙ୍ଗଳବାରଦିନ ୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୬ ଜଣ ସିଆରପିଏଫ୍ ଜବାନ ରହିଛନ୍ତି। ଚିହ୍ନଟଙ୍କ ମଧ୍ୟରେ ୧୦ ଜଣ ପୁରୁଷ ଥିବାବେଳେ ୪ ମହିଳା ଅଛନ୍ତି। ବାଲିଗୁଡାରୁ ୧୧ ଜଣ ଚିହ୍ନଟ ହୋଇଥିବାବେଳେ ଚକାପାଦ ଅଞ୍ଚଳରୁ ୨ ଓ ଦାରିଙ୍ଗବାଡି ଅଞ୍ଚଳରୁ ଜଣେ ଚିହ୍ନଟ ହୋଇଛନ୍ତି। ଏହି ୧୪ ଜଣଙ୍କୁ ମିଶାଇ ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ୪୫୨ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୨୪୫ ଜଣ ସୁସ୍ଥହୋଇ ଫେରିଥିବାବେଳ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।