Odiapua.com

୬ ବର୍ଷର ବାଳିକା ସହ ଦୁଷ୍କର୍ମ, ରକ୍ତରେ ଜୁଡ଼ୁବୁଡ଼ୁ ହୋଇ ଘରେ ପହଁଞ୍ଚିଲା, ଅବସ୍ଥା ଗୁରୁତର

ନୂଆଦିଲ୍ଲୀ ୨୪-୧୦ (ଓଡ଼ିଆ ପୁଅ) : ପୁଣିଥରେ ଦେଶର ରାଜଧାନୀରେ ଲଜ୍ଜା। ଜଣେ ୬ ବର୍ଷର ବାଳିକା ସହିତ ଦୁଷ୍କର୍ମ ଘଟଣା ସାମନାକୁ ଆସିଛି। ଝିଅଟିର ଅବସ୍ଥା ଅତ୍ୟନ୍ତ ଗୁରୁତର ବୋଲି କୁହାଯାଉଛି। ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ମାମଲା ରଞ୍ଜିତ ନଗରର ଅଟେ। ଅଭିଯୁକ୍ତ ଜଣକ, ଝିଅକୁ ଲୋଭ ଦେଖାଇ ନେଇ ଯାଇଥିଲା, ଏହାର ସିସିଟିଭି ଭିଡିଓ ସାମ୍ନାକୁ ଆସିଛି। ଏହି ଘଟଣା ସିସିଟିଭି କ୍ୟାମେରାରେ ଦେଖାଯାଉଛି। ଏହି ଘଟଣା ଅତ୍ୟନ୍ତ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଘଟିଥିଲା।

ଶୁକ୍ରବାର ସକାଳେ ଏହି ଘଟଣା ଘଟିଥିଲା, ଯେତେବେଳେ ଝିଅଟି ରକ୍ତରେ ଜୁଡୁବୁଡ଼ୁ ହୋଇ ଘରେ ପହଁଞ୍ଚିଥିଲା। ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ, ଯେଉଁଠାରେ ଦୁଷ୍କର୍ମର ସୁନିଶ୍ଚିତ ହେବା ମାତ୍ରେ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ପୀଡିତା ଝିଅକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ତା’ ଅବସ୍ଥା ଗୁରୁତର ରହିଛି। ଏହି ଘଟଣା ବିଷୟରେ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ଏହି ଅଞ୍ଚଳରେ ବହୁତ ଭିଡ଼ ଜମେ ଏବଂ ଏପରି ପରିସ୍ଥିତିରେ ଅଭିଯୁକ୍ତ ସକାଳେ ଦୁଷ୍କର୍ମ ଭଳି ଘଟଣା କରିବା ପରେ ଫେରାର ହୋଇଯାଇଥିଲା। ବର୍ତ୍ତମାନ ପୋଲିସ ସିସିଟିଭି ଫୁଟେଜ ଉଦ୍ଧାର କରିଛି ଯେଉଁଥିରେ ଜଣେ ବ୍ୟକ୍ତି ଝିଅକୁ ସାଙ୍ଗରେ ନେଇଥିବାର ନଜର ଆସୁଛି।