Odiapua.com

୬୦ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ପହଞ୍ଚିଲା ୪୮୪ରେ : ପ୍ରଥମ ଥର ପାଇଁ ଆକ୍ଟିଭ ସଂଖ୍ୟା ଶହେ ଟପିଲା

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାରୁ ନୂଆ ଚିହ୍ନଟ ହେଲେ ୬୦ କରୋନା ଆକ୍ରାନ୍ତ । ୧୯ କ୍ୱାରେଣ୍ଟାଇନରୁ ବାହାରିଥିବା ବେଳେ ଲୋକାଲ କଣ୍ଟାକ୍ଟରେ ବାହାରିଛନ୍ତି ୪୧ ଆକ୍ରାନ୍ତ । ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୪୮୪ରେ । ମୋଟ ୧୫ ହଜାର ୩୩୪ ନମୁନା ପରୀକ୍ଷା ପରେ ମୋଟ ଏହି ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୩୪୩ଜଣ ସୁସ୍ଥ ହୋଇଛନ୍ତି । ଏବେ ଜିଲ୍ଲାର ଆକ୍ଟିଭ କେଶ ରହିଛି ୧୪୦ । କ୍ୱାରେଣ୍ଟାଇନ ସେଣ୍ଟରରୁ ନୂତନ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକ ବ୍ଲକର ଅଣ୍ଢେଇପଲ୍ଲୀ ସ୍କୁଲ ଟିଏମ୍‌ସିରୁ ୩ଜଣ, ବରପଦା କେକେଆର୍ ମହାବିଦ୍ୟାଳୟ ଟିଏମ୍‌ସିରୁ ୩ଜଣ, ଓଲଙ୍ଗ କୋବିଡ କେୟାର ସେଣ୍ଟରରୁ ୨ଜଣ, ଧାମନଗର ବ୍ଲକ ଫତେପୁର ସ୍ଥିତ ନୟନମଣି ହାଇସ୍କୁଲ ଟିଏମ୍‌ସିରୁ ଜଣେ, କଲ୍ୟାଣୀ ହାଇସ୍କୁଲ ଟିଏମ୍‌ସିରୁ ଜଣେ, ବାସୁଦେବପୁର ଜୁଲ୍ଲା ହାଇସ୍କୁଲ ଟିଏମ୍‌ସିରୁ ୪ଜଣ, ଭଣ୍ଡାରିପୋଖରୀ ମଢିଆଳୀ ହାଇସ୍କୁଲ ଟିଏମ୍‌ସିରୁ ଜଣେ, ଭଦ୍ରକ ପୌରପାଳିକା ୨୧ ନଂ ୱାର୍ଡ ଛଡାକମହଲାରୁ ଜଣେ, ଭଣ୍ଡାରିପୋଖରୀ ଭଗିବିନ୍ଧା ସ୍କୁଲ ଟିଏମ୍‌ସିରୁ ୨ଜଣ, ଧାମନଗର ବୟାଙ୍ଗଡିହି ଟିଏମ୍‌ସିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଭାବେ ଲୋକାଲ କଣ୍ଟାକ୍ଟ ଭାବେ ଭଦ୍ରକ ପୌରପାଳିକାର ୧୪ନଂ ୱାର୍ଡ ନଙ୍ଗାମହଲା ଗ୍ରାମରୁ ୬ଜଣ, ୧୩ ନଂ ୱାର୍ଡ ଅପର୍ତ୍ତିବିନ୍ଧାରୁ ୨ଜଣ, ୧୫ ନଂ ୱାର୍ଡ କଦମବେଢା ପୁଲିସ କଲୋନୀରୁ ୨ଜଣ, ୭ ନଂ ୱାର୍ଡ ଗବସାହି ଗ୍ରାମରୁ ଜଣେ, ୧୭ ନଂ ୱାର୍ଡ କୁଆଁଶ ଗ୍ରାମରୁ ଜଣେ, ୯ ନଂ ୱାର୍ଡ ଚାରିଘରିଆରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ ବ୍ଲକ ହରିପୁର ପଞ୍ଚାୟତ ଲାଙ୍ଗୁଡି ଗ୍ରାମରୁ ଜଣେ, ଏରେଇଁ ପଞ୍ଚାୟତ ଚରମ୍ପା କେନାଲରୋଡରୁ ଜଣେ, ବାଣିତିଆରୁ ୨ଜଣ, ପଣ୍ଡାଗଡିଆ ଗ୍ରାମରୁ ୨ଣ ଚିହ୍ନଟ ହୋଇଛନ୍ତି ।

ସେହିପରି ଲୋକାଲ କଣ୍ଟାକ୍ଟ ଭାବେ ଭଣ୍ଡାରିପୋଖରୀ ବ୍ଲକ ବିଷ୍ଣୁପୁର ପଞ୍ଚାୟତ ଆଦମପୁର ଗ୍ରାମରୁ ଜଣେ, ବନ୍ଦାଳୋ ପଞ୍ଚାୟତ ମଢିଆଳୀ ଗ୍ରାମରୁ ୪ଜଣ, ବାରିକପୁର ବିଷ୍ଣୁପୁରରୁ ୩ଜଣ, ନଗୁଆଁ ପଞ୍ଚାୟତ ପାହିମହୁରା ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି । ଚାନ୍ଦବାଲି ବ୍ଲକ ବାଂଶଡା ପଞ୍ଚାୟତ ସରଡିହା ଗ୍ରାମରୁ ଜଣେ, ଧାମନଗର ଏନ୍‌ଏସିରୁ ୩ଜଣ, ବନ୍ତ ବ୍ଲକ ତୋଡଗାଁ ପଞ୍ଚାୟତ ବରଡେଶ୍ୱର ଗ୍ରାମରୁ ଜଣେ, ରାମଚନ୍ଦ୍ରପୁର ପଞ୍ଚାୟତ ସାହାରଗଡିଆ ଗ୍ରାମରୁ ଜଣେ, ଧାମନଗର ବ୍ଲକ ଧାମନଗର ପୁଲିସ କଲୋନୀରୁ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ଅଶ୍ୱିନୀ ହସ୍‌ପିଟାଲରେ ଚିକତ୍ସାଧିନ ଥିବା ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଯାଇଛି । ଏହାଙ୍କୁ ମିଶାଇ ଜିଲ୍ଲାର ମୋଟ ମୃତକଙ୍କ ସଂଖ୍ୟା ୨ ହୋଇଛି । ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି ଯିଏକି ଡାଇବେଟିସ୍ ଓ ହାଇପାରଟେନ୍‌ସନରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବ୍ୟାଙ୍କ କର୍ମଚାରୀ ରହିଥିବାରୁ ଆଜି ସହରର ୩ଟି ବ୍ୟାଙ୍କକୁ ସିଲ କରାଯାଇଛି । ଡାହାଣିଗଡିଆ ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ । ବ୍ୟାଙ୍କ ଅଫ୍ ବରୋଦା ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କକୁ ସାନିଟାଇଜ କରାଯାଇଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଜିଲ୍ଲାପାଳ ଡ. ଜ୍ଞାନ ଦାସ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟଜୋନ ଘୋଷଣା କରିବା ସହ ଏହି ସବୁ ଅଞ୍ଚଳରେ ଟ୍ରେସିଂ, ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ସ୍ୱାସ୍ଥ୍ୟଗତ ବିବରଣୀ ସଂଗ୍ରହ କରାଯାଉଛି ।