Odiapua.com

୬୦୦ ଫୁଟ ତଳକୁ ଘାଟିରୁ ଖସିଲା ଟେମ୍ପୋ ୭ ମୃତ, ୨ଗୁରୁତର

ଜାମ୍ମୁ ୨୪-୬ (ଓଡ଼ିଆ ପୁଅ): ରାଜୌରୀ ଜିଲ୍ଲାର ବୁଦ୍ଧଲ ପୁଲିସ ଥାନା ଅନ୍ତର୍ଗତ କେବାଲ ମୋଡ଼ ନାମକ ସ୍ଥାନରେ ଏକ ସଡ଼କ ଦୁର୍ଘଟଣାରେ ସାତ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ଦୁଇଜଣ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଦୁର୍ଘଟଣା ରବିବାର ସଂଧ୍ୟାରେ ହୋଇଥିଲା। ରାଜୌରୀ ରିୟାସୀ ଚାସନା ରାସ୍ତାରେ ଏକ ଟେମ୍ପୋ ଜେକେ ୦୨ ଏୟୁ ୮୯୧୦ କେବାଲ ମୋଡ଼ ଗ୍ରାମରେ ୬୦୦ ଫୁଟ ଗଭୀର ଖାଲକୁ ଖସି ପଡ଼ିଲା। ବଡ଼ ସଂଖ୍ୟାରେ ସ୍ଥାନୀୟ ଲୋକ ଏବଂ ପୁଲିସର ଟିମ ପହଁଚି ଉଦ୍ଧାର କାର୍ଯ୍ୟ କରିଥିଲେ, ଏହି ଦୁର୍ଘଟଣାରେ ଦୁଇଜଣ ଯାତ୍ରିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ଏବଂ ପାଞ୍ଚ ଜଣ ଆହତ ହୋଇଥିଲେ ହସ୍ପିଟାଲ ନେବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇଜଣ ଗମ୍ଭୀର ଗୁରୁତର ଭାବରେ ଚିକିତ୍ସିତ ହେଉଛନ୍ତି।