Odiapua.com

୬୦ବର୍ଷରେ ମାଟ୍ରିକ ପରୀକ୍ଷା ଦେଲେ ରାଜମିସ୍ତ୍ରୀ

ନୟାଗଡ଼, ୧୪ା୯(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ୬୦ ବର୍ଷରେ ମାଟ୍ରିକ ପରୀକ୍ଷା ଦେଇ ଚର୍ଚ୍ଚାକୁ ଆସିଛନ୍ତି ରାଜମିସ୍ତ୍ରୀ ବିକ୍ରମ ପରିଡ଼ା। ବିକ୍ରମଙ୍କ ଘର ନୟାଗଡ଼ ଉପକଣ୍ଠ ଦୁର୍ଗାପ୍ରସାଦ ଗାଁରେ। ପାଠ ପଢା ପ୍ରତି ତାଙ୍କର ଆଗ୍ରହ ଦେଖି ସମସ୍ତେ ଚକିତ ହେବା ସହ ତାଙ୍କ ପରୀକ୍ଷା ଦେବାକୁ ନେଇ ସମସ୍ତେ ତାରିଫ କରିଛନ୍ତି। ଚଳିତ ସପ୍ଳିମେଂଟାରୀ ମାଟ୍ରିକ ପରୀକ୍ଷା ଚାଲୁଥିବା ଅବସରରେ ସେ ନବଘନପୁର ସ୍କୁଲରେ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ସେ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ଜିଲା ଶିକ୍ଷା ବିଭାଗ ପକ୍ଷରୁ ଏପରି ଚର୍ଚ୍ଚିତ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଦେବା ଘଟଣା ଜଣାପଡ଼ିଛି। ତାଙ୍କର ପାଠପଢାର ନିଶା ତାଙ୍କୁ ପରୀକ୍ଷାରେ ସଫଳତା ଆଣିବ ବୋଲି କୁହାଯାଉଛି।