Odiapua.com

୬ରେ ଆସିବେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ

ଭୁବନେଶ୍ୱର;୦୪,ଜୁନ(ଓଡ଼ିଆ ପୁଅ/ଦେବଦତ୍ତ ରଥ):ଆସନ୍ତା ୬ ତାରିଖରେ ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଭାନେତ୍ରୀ ବିଜୟା ରହାତକର ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି। ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଚାଲିଥିବା ମହିଳା ସୁରକ୍ଷା ଯାତ୍ରାରେ ଯୋଗ ଦେବା ପାଇଁ ସେ ଓଡ଼ିଶା ଆସୁଛନ୍ତି। ଆସନ୍ତା ୬ ତାରିଖରେ ସୁରକ୍ଷା ଯାତ୍ରାର ସମାପନ ଦିବସରେ ଯୋଗ ଦେଇ ମାହଙ୍ଗା,ବଡ଼ମ୍ବା ଏବଂ ସାଲେପୁର ଆଦି ଅଞ୍ଚଳରେ ମହିଳା ସମାବେଶରେ ସେ ଉଦବୋଧନ ଦେବେ ବୋଲି ଜଣାପଡ଼ିଛି। ସେହିପରି ସାଂସଦ ତଥା ଅଭିନେତ୍ରୀ ରୂପା ଗାଙ୍ଗୁଲି ମଧ୍ୟ ମହିଳା ସୁରକ୍ଷା ଯାତ୍ରାରେ ଯୋଗ ଦେବା ପାଇଁ ରବିବାର ଭୁବନେଶ୍ୱର ଆସିଛନ୍ତି। ଚିଲିକାଠାରେ ଆୟୋଜିତ ସମାବେଶରେ ସେ ଯୋଗଦେଇ ଉଦବୋଧନ ଦେବେ।