Odiapua.com

୬ବର୍ଷ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

କଟକ୨୨ାା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କେବେ ମୁକ୍ତି ପାଇବେ କାମାନ୍ଧ ବ୍ୟକ୍ତିଙ୍କ ଠାରୁ ନିରିହ ଅବଳା? ଆଜି ସମାଜରେ ନରୀ ନିର୍ଯ୍ୟାତନା ଓ ଦୁଷ୍କର୍ମ ମାମଲା ବୃଦ୍ଧି ପାଇବା ଚିନ୍ତାର କରଣ ହୋଇଥିବା ବେଳେ ଏପରି ଅମାନବୀୟ କାର୍ଯ୍ୟ ବୃଦ୍ଧିପାଇବାର କାରଣକୁ ଖୋଜି ବାହାର କରିବାରେ ସରକାର ବିଫଳ ହେବା ସାଧାରଣରେ ଆଲୋଚ୍ୟର ବିଷୟ ହୋଇଛି। ଆଜି ଏପରି ଏକ ଅମାନବୀୟ ଘଟଣା କଟକ ଜିଲ୍ଲା ନେମାଳରେ ଅଞ୍ଚଳରେ ଘଟିଯାଇଥିବା ଅଭିଯୋଗ ହୋଇଛି। ଗ୍ରାମ ନିକଟରେ ହେଉଥିବା ଅପେରା ଦେଖିବାକୁ ଯାଇଥିବା ଏକ ୬ ବର୍ଷ ଶିଶୁ ଦୁଷ୍କର୍ମର ଶୀକାର ହୋଇ ଅଚେତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥଇବା ସୂଚନା ମିଳିଛି। ପୁଲିସ୍ ନିଶ୍ଚିନ୍ତକୋଇଲି ମେଡିକାଲରେ ଚିକିତ୍ସିତ ହେଉଥିବା ନିରିହ ଶିଶୁ ନିକଟରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଉଥିବା ସୂଚନା ମିଳିଛି।