Odiapua.com

୬ଟି କେନ୍ଦ୍ରରେ ଚାଲିଛି କରୋନା ଟୀକା କରଣ

ହାଟଡ଼ିହି, ୨ / ୪ : (ଓଡିଆପୁଅ / ବିକାଶ ବିଶ୍ୱାଳ) ପ୍ରଥମେ ୬୦ବର୍ଷରୁ ଉର୍ଦ୍ଧ ଓ ପରେ ଗତକାଲି ଠାରୁ ୪୫ବର୍ଷରୁ ଉର୍ଦ୍ଧ ଲୋକଙ୍କୁ କରୋନା ଟୀକାକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଟୀକାନେବାପାଇଁ ଏବେ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପ୍ରକାଶ ପାଇଛି । ଗତ ଏପ୍ରିଲ ୧ତାରିଖ ଠାରୁ ହାଟଡିହି ବ୍ଲକର ହାଟଡିହି, ଶାଳଣିଆଁ, ଟୁକୁଣା ଓ ସୋସୋ, ହଦଗଡ ଓ ମୁଗୁପୁର ଡାକ୍ତରଖାନାରେ ଏହି ଟୀକାକରଣ ଆରମ୍ଭ ହୋଇଥିବାବେଳେ ଆସନ୍ତାକାଲି ଠାରୁ ଓରାଳି ଡାକ୍ତରଖାନାରେ ଏହି ଟୀକାକରଣ ଆରମ୍ଭ ହେବ । ଏପ୍ରିଲ ମାସରେ ସମସ୍ତ ରବିବାର ସହ ଛୁଟିଦିନ ମାନଙ୍କରେ ମଧ୍ୟ ଏହି ଟୀକା ଦିଆଯିବ ବୋଲି ଡାକ୍ତରଖାନା ସୁତ୍ରରୁ ଜଣାଯାଇଛି । ଏଥିପାଇଁ ପ୍ରତି ଟୀକାକରଣ କେନ୍ଦ୍ରରେ ଜଣେ ଜଣେ ଡାକ୍ତର ଓ ଦୁଇ ଦୁଇଜଣ କର୍ମଚାରୀ ରହିଥିବାବେଳେ ପ୍ରଥମ ଦିନରେ ମାତ୍ର ୪୫୦ଜଣ ଓ ଆଜି ୯୯୪ଜଣ ଟୀକା ନେଇଥିବା ବିପିଏମ ଚନ୍ଦନ କୁମାର ସାହୁ ସୁଚନା ଦେଇଛନ୍ତି । ଆଜିସୁଧା ବ୍ଲକରେ ମୋଟ ୬୮୬୧ଜଣ ଟୀକା ନେଇଥିବା ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।