Odiapua.com

୫T ସଚିବଙ୍କ ପୁରୀ ଏବଂ କାକଟପୁର ଗସ୍ତ – ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା

ପୁରୀ ୨୪-୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବିଶ୍ବ ଐତିହ୍ୟ ନଗରୀରେ ପରିଣତ ହେବାକୁ ଯାଉଛି ପୁରୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀକ୍ଷେତ୍ରକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ସହରରେ ବିଭିନ୍ନ ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନମୂଳକ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଐତିହ୍ୟ କରିଡୋର‌ କାର୍ଯ୍ୟ, ଶ୍ରୀଜଗନ୍ନାଥ ଷ୍ଟାଡିୟମ, ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ, ଶ୍ରୀ ସେତୁ, ସିଦ୍ଧ ମହାବୀର ରେଳ ଓଭର ବ୍ରିଜ୍, ପର୍ଯ୍ୟଟକ ତଥା ସହରବାସୀଙ୍କ ଗମନାଗମନରେ ସୁବିଧା ପାଇଁ ରାସ୍ତା ପ୍ରଶସ୍ତିକରଣ ଭଳି ବିଭିନ୍ନ ପ୍ରକାରର ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିଛି। ବିଭିନ୍ନ ସମୟରେ ପୁରୀ ଗସ୍ତରେ ଆସି ଏସବୁ କାର୍ଯ୍ୟର ତଦାରଖ ତଥା ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ। ତେବେ ଆଜି ମଧ୍ୟ ବଡ଼ି ଭୋରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ୍ ପୁରୀ ଗସ୍ତରେ ଆସି ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି। ଏଥି ସହ ବିମଳା, ମହାଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ମନ୍ଦିର ମଧ୍ୟ ଦର୍ଶନ କରିଛନ୍ତି। ଏହାପରେ ୫T ସଚିବ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଜାରି ରହିଥିବା ଐତିହ୍ୟ କରିଡୋର କାର୍ଯ୍ୟର ଅଗ୍ରଗତି ନେଇ ଅନୁଧ୍ୟାନ କରିବା ସହ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ଆଲୋଚନା କରିଥିଲେ। ୨୦୨୪ ସୁଦ୍ଧା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ କିଭଳି ଶେଷ ହେବ ସେନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ୫T ସଚିବ। ପରେ ଶ୍ରୀଜଗନ୍ନାଥ ଷ୍ଟାଡିୟମ ଓ ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଚାଲିଥିବା ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଥିଲେ ୫T ସଚିବ।‌

ସେପଟେ ୫ ଟ ସଚିବ କୋଣାର୍କ ଗସ୍ତ ରେ ଯାଇ ଚନ୍ଦ୍ର ଭାଗା ବିଚ୍ ର ଉନ୍ନତି ମୂଳକ କାର୍ଯ୍ୟ, କୋଣାର୍କ କୁ ୬ ଲେନ ରାସ୍ତା, ରିଂ ରୋଡ କାର୍ଯ୍ୟ ନେଇ ସମୀକ୍ଷା କରିଥିଲେ। ପରେ ୫ ଟି ସଚୀବ କାକଟପୁର ମା’ ମଙ୍ଗଳାଙ୍କ ମନ୍ଦିର ଯାଇ ଏହା ଉନ୍ନତି କରଣ କାର୍ଯ୍ୟ କିଭଳି ହୋଇ ପାରିବ ସେ ନେଇ ଅନୁଧ୍ୟାନ କରିଥିଲେ। ଓଡ଼ିଶା ସେତୁ ନିର୍ମାଣ ନିଗମ ର ଡିଜାଇନ୍ ଲେ ଆଉଟ୍ କୁ ୫ ଟି ସଚିବ ଦେଖି ଥିଲେ। ଏ ନେଇ OBCC ଏକ ଡ୍ରାଫ୍ଟ ଶୀଘ୍ର ସରକାରଙ୍କୁ ଦେବା ପରେ ମଙ୍ଗଳା ମନ୍ଦିର ଉନ୍ନତି କରଣ କାର୍ଯ୍ୟ ଆରମ୍ଭ ହେବ। ସେପଟେ କୋଣାର୍କରୁ କାକଟ ପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ୧୭୨ କୋଟି ଟଙ୍କା ବ୍ୟୟରେ ପ୍ରଶସ୍ତି କରଣ କରାଯିବ।