Odiapua.com

୫ ଦିନ ଧରି ପାଣିରେ ପଡିଥିବା ଷଣ୍ଢକୁ ଉଦ୍ଧାର କଲେ ଗ୍ରାମବାସୀ

ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବନ୍ଦାଳୋ-ମଢିଆଳି ପଞ୍ଚାୟତର ଖପୁରିଆପଦା ଗ୍ରାମରେ ଗତ ବନ୍ୟା ସମୟରେ ସୃଷ୍ଟି ହୋଇଥିବା ବିରାଟକାୟ ଖାଲରେ ଜମିଥିବା ଜଳରେ ଗତ ପାଞ୍ଚଦିନ ଧରି ପଡିଥିବା ଏକ ଷଣ୍ଢକୁ ଜୀବିତ ଭାବେ ଗ୍ରାମବାସୀମାନେ ବୁଧବାର ଉଦ୍ଧାର କରିଛନ୍ତି । ସ୍ଥାନଟି ନିଛାଯିଆ ହୋଇଥିବାରୁ ଲୋକଲୋଚନ ଆଢୁଆଳରେ ଥିଲା । ବୁଧବାର ଏହି ଘଟଣା ଜଣାପଡିଥିଲା । ଗ୍ରାମବାସୀମାନେ ଷଣ୍ଢକୁ ଉଦ୍‌ଧାର କରି ଶୁଶ୍ରୁଷା କରିଥିôା ଜଣାଯାଇଛି ।