Odiapua.com

୫ ଦଫା ଦାବି ନେଇ ଜିଲାପାଳଙ୍କୁ ଭେଟିଲା ଉତ୍କଳ ସାମ୍ବାଦିକ ସଂଘ

ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲା ଉତ୍କଳ ସାମ୍ବାଦିକ ସଂଘ ୫ ଦଫା ଦାବି ନେଇ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି । ଏହି ଦାବିଗୁଡିକ ହେଉଛି ସାମ୍ବାଦିକମାନଙ୍କୁ ସୁରକ୍ଷା ଯୋଗାଇଦେବା, ମାସିକ ପେନସନ ଦେବା, ରାଜ୍ୟ ସ୍ତରୀୟ ଆକ୍ରିଡେସନ କମିଟି ଗଠନ କରି ଜିଲା ଓ ବ୍ଲକ୍‌ସ୍ତରରେ ସାମ୍ବାଦିକ ଚିହ୍ନଟ କରିବା, ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବାପା ମା’ଙ୍କୁ ସାମିଲ କରିବା ସହ ପିଲାମାନଙ୍କ ବୟସ ସୀମା ୩୦ କୁ ବୃଦ୍ଧି କରିବା ଓ ରାଜ୍ୟରେ ପ୍ରେସ୍ ଏକାଡେମୀ ଗଠନ କରିବା । ଜିଲା ସଭାପତି ତଥା ସଂଘର ରାଜ୍ୟ ନିର୍ବାଚନ ଅଧିକାରୀ ରବିନାରାୟଣ ଖିଲାରଙ୍କ ନେତୃତ୍ୱରେ ସାମ୍ବାଦିକ ତପନ କୁମାର ସ୍ୱାଇଁ, ଅବିନାଶ ପଣ୍ଡା, ସଂଜୀବ ନାୟକ, ପ୍ରକାଶ କିଶୋର ମହାପାତ୍ର, ରାମନାରାୟଣ ମହାନ୍ତି, ସନ୍ତୋଷ କୁମାର ଦାସ, ରମେଶ ଚନ୍ଦ୍ର ପାଗଳ, ନିରୋଦ ଦାସ, ସୁଜୟ କୁମାର ପାକଳ, ମୁକ୍ତିକାନ୍ତ ନାୟକ, ଗଂଗାଧର ଦାସ, ମନୋଜ ବାରିକ, ରାଜେନ୍ଦ୍ର ଶତପଥୀ, ଦୁର୍ଯ୍ୟୋଧନ ଲେଙ୍କା, ସାଧନ କୁମାର ଧର ପ୍ରମୁଖ ଏହି ଦାବିପତ୍ର ଡେପୁଟି କଲେକ୍ଟର କାର୍ତ୍ତିକନାଥ ମଣ୍ଡଳଙ୍କୁ ପ୍ରଦାନ କରିଥିଲେ ।