Odiapua.com

୫ ଦଫା ଦାବିରେ ପରିବହନ କର୍ମଚାରୀଙ୍କ ବିକ୍ଷୋଭ

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୫ ଦଫା ଦାବି ନେଇ ପରିବହନ କର୍ମଚାରୀଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେମାନେ ଏକ ୫ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ଏହି ସ୍ମାରକପତ୍ରରେ ପ୍ରତ୍ୟେକ ପରିବହନ ଶ୍ରମିକମାନଙ୍କୁ ୭୫୦୦ ଟଙ୍କା ଲେଖାଏଁ ପ୍ରଦାନ, ପରିବହନ କମର୍ଚାରୀ ପ୍ରବାସୀ ଶ୍ରମିକମାନଙ୍କୁ ଆଣିବା ସହ ଅଫିସରମାନଙ୍କ ଗାଡି ଚଳାଉଥିବାରୁ ସେମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରାଯିବା, ସେମାନଙ୍କୁ ୫୦ ଲକ୍ଷ ଟଙ୍କାର ବୀମା ପ୍ରଦାନ କରାଯିବା, ପରିବହନ କର୍ମଚାରୀଙ୍କ ମୃତ୍ୟୁ ହେଲେ ସେମାନଙ୍କୁ ୨ କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ, ଭଦ୍ରକ ନୂଆ ବସ୍‌ଷ୍ଟାଣ୍ଡରେ ଏକ ଗୃହ ପରିବହନ ଶ୍ରମିକଙ୍କ ୟୁନିୟନ୍ କାର୍ଯ୍ୟାଳୟ ପାଇଁ ଯୋଗାଇବା ଓ ସେମାନଙ୍କୁ ମାସିକ ୧୦ କେଜି ଲେଖାଏଁ ଚାଉଳ ପ୍ରଦାନ ଆଦି ୫ ଦଫା ଦାବି ନେଇ ପ୍ରାୟ ୪୦୦ ରୁ ଉର୍ଦ୍ଧ୍ୱ ପରିବହନ କର୍ମଚାରୀ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭ କାଳରେ ଚନ୍ଦ୍ରଶେଖର ନାୟକ, ଦିବ୍ୟସିଂହ ନାୟକ, ରାଧା ଦାସ, ନିରଂଜନ ସିଂହ, ଲକ୍ଷ୍ମୀ ମହାପାତ୍ର, ନିରଂଜନ ପାଣି, ସେକ୍ ଲାଲା, ପ୍ରଫୁଲ୍ଲ ପାଢୀ, ଦିଲ୍ଲୀପ ନାୟକ, ବଂଶୀଧର ମହାନ୍ତି, ନରେନ୍ଦ୍ର ଦାସ, ରମେଶ ରାମ, ସେକ୍ କାଲୁ, ସେକ୍ କମର, ସରୋଜ ଭୋଇ, ସୁଶାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।