ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ପୁଲିସ ୫ ଜଣ ଡକାୟତଙ୍କୁ ଗିରଫ କରିଥିବା ଜଣାଯାଇଛି । ଗିରଫ ଆସାମୀ ମାନେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଅନ୍ନପାଳର ଜିତେନ୍ଦ୍ର ଦାସ(୩୦), ଲାଙ୍ଗୁଡି ମହାଦେବ ସାହିର ସୁନୀଲ କୁମାର ନାୟକ(୨୧), ହରିପୁର ସାତଭଉଣୀର ଦୀପକ କୁମାର ବେହେରା(୨୫), ଚନ୍ଦନ କୁମାର ବାରିକ(୨୩), ବିଶ୍ୱେଶ୍ୱର ପରିଡା(୨୭) ବୋଲି ଜଣାଯାଇଛି । ଏସମସ୍ତେ ଟିଲୋ ବଡ ସାହି ଗ୍ରାମରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ପୋଲିସ ପାଖରେ ସ୍ୱୀକାର କରିଛନ୍ତି । ଗିରଫ ଆସାମୀ ମାନଙ୍କ ଠାରୁ ମାରଣାସ୍ତ୍ର, ମୋବାଇଲ ଫୋନ୍ ଓ ୨ଟି ବାଇକ୍ ଜବତ ହୋଇଛି । ଏନେଇ ରବିବାର ଥାନାରେ ୧୧୧/୨୩ ମୂଳେ ମାମଲା ରୁଜ୍ଜୁ ହୋଇ ପୋଲିସ ସମ୍ପୃକ୍ତ ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରିଛି । ଏନେଇ ଆଜି ଥାନାରେ ଅନୁଷ୍ଠିତ ସମ୍ବାଦିକ ସମ୍ମିଳନୀରେ ଧାମନଗର ଏସ୍.ଡି.ପି.ଓ ବିଜୟକୃଷ୍ଣ ମହାପାତ୍ର ସୂଚନା ଦେଇଛନ୍ତି । ପ୍ରକାଶ ଯେ,, ଶନିବାର ରାତି ସାଢେ ୧୧ଟା ବେଳେ ଟିଲୋ ଆଇ.ଟି.ଆଇ କେନାଲ ରୋଡ୍ ପଡିଆ ପାଖରେ କିଛି ଯୁବକ ମାରଣାସ୍ତ୍ର ଧରି ଡକାୟତି କରିବା ପାଇଁ ଯୋଜନା କରୁଥିବା ନେଇ କୌଣସି ସୂତ୍ରରୁ ପୋଲିସ ଖବର ପାଇ ସେଠାରେ ଚଢାଉ କରିଥିଲା । ଚଢାଉ ବେଳେ ସେଠାରେ ଥିବା ୫ ଜଣ ଯୁବକ ଦୌଡି ପଳାଇବାକୁ ଉଦ୍ୟମ କରିବା ବେଳେ ପୋଲିସ ସେମାନଙ୍କୁ କୌଶଳ କରି ଧରି ଥାନାକୁ ପଚରା ଉଚରା କରିଥିଲା । ସେମାନେ ଟିଲୋ ବଡ ସାହି ଗ୍ରାମରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ସ୍ୱୀକାର କରିଥିଲେ ।