Odiapua.com

୫ ଟି ନା ପାନୀୟ ଚା’ ! ବିଧାୟକ ସୁରଭାଇ

ଭୁବନେଶ୍ୱର୨ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟରେ ଥିବା ସରକାରୀ ମେଡିକାଲ ମାନଙ୍କରେ ରୋଗି ସେବା ପୂର୍ବ ଅପେକ୍ଷା ବର୍ତ୍ତମାନ ସରକାରୀ ବାବୁ ମାନଙ୍କ ଇଚ୍ଛାରେ ସେବା ପ୍ରଦାନ କରାଯାଉଥିବା ସହ ସାଧାରଣ ଓ ଗରୀବ ଲୋକମାନେ ସେବାରୁ ବଞ୍ଚିତ ହେଉଥିବା ବେଳେ ରାଜ୍ୟ ସରକାର ୫ଟି ଗଠନ କରି ସଚିବଙ୍କୁ ହେଲିକେପ୍ଟରରେ ରାଜ୍ୟ ସରା ବୁଲିବାକୁ ବିଧାୟକ ସୁର ରାଉତରାୟ କଟାକ୍ଷ କରି କହିଛନ୍ତି ୫ଟି ନା ଚା’। ଭୁବନେଶ୍ୱର ରୋଗୀମାନେ ଠିକ୍ ସେବା ପାଉନଥିବା ସରକାର ଦେଖୁଥିବାବେଳେ ରାଜ୍ୟସରା ୫ଟି ସଚିବଙ୍କୁ କାହିଁକି ବୁଲାଉଛନ୍ତି ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସୁର ରାଉତରାୟ। ଲୋକଙ୍କ ସମସ୍ୟା ବୁଝିବାକୁ ୫-ଟି ଯେଉଁସବୁ ଜିଲ୍ଲା ବୁଲୁଛନ୍ତି ସେସବୁ ପ୍ରହସନ। ଏଇ ରାଜଧାନୀ ମେଡିକାଲର ସମସ୍ୟା ସମାଧାନ କରି ପାରୁନ ବାହାରକୁ କଣ ଯାଉଛ? କ୍ୟାପିଟାଲ ହସ୍ପିଟାଲରେ ଲୋକେ ତଳେ ଗଡୁଛନ୍ତି। ତଳେ ଶୋଇଥିବା ରୋଗୀଙ୍କ ଦେହରେ ସାଲାଇନ ଲାଗିଛି, ବ୍ଲଡ ଦିଆଯାଉଛି। କୁଆଡେ ଗଲେ ୫-ଟି ସଚିବ। ରୋଗୀଙ୍କ କଥା ବୁଝ। ଏଇଠି ସସାଧାନ କରି ପାରୁନ ଅନ୍ୟ ଜିଲ୍ଲାରେ କି ସମାଧାନ ହେଉଥିବ ବୋଲି ସୁର ସମାଲୋଚନାର ଶର ମାରିଛନ୍ତି। କ୍ୟାପିଟାଲ ହସ୍ପିଟାଲକୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ରୋଗୀ ଆସୁଥିଲେ ହେଁ ସରକାର ସେମାନଙ୍କୁ ସେବା ଦେଇପାରୁ ନାହାନ୍ତି ଏହା ଠାରୁ ଲଜ୍ଜାଜନକ କଥା ଆଉ କଣ ହୋଇ ପାରେ ବୋଲି ସୁର କଟାକ୍ଷ କରିଛନ୍ତି।