Odiapua.com

୫-ଟି ଓ ଗୁଣାତ୍ମକ ଶିକ୍ଷାକୁ ନେଇ ପ୍ରଧାନଶିକ୍ଷକ ଙ୍କ ଜିଲ୍ଲାସ୍ତର ସମ୍ମିଳନୀ

ମାଲକାନଗିରି,୮ା୧ (ଓଡିଆ ପୁଅ )  ରାଜ୍ୟସରକାରଙ୍କ ୫-ଟି ଯୋଜନା ଓ ଗୁଣାତ୍ମକ ଶିକ୍ଷାର ବିକାଶପ୍ରତି ଗୁରୁତ୍ୱ ଦେଇ ମାଲକାନଗିର ଜିଲ୍ଲାସ୍ଥ ଏମଭି୭ ଜଗନ୍ନାଥପଲ୍ଲୀ ହାଇସ୍କୁଲ ପରିସରରେ ଜିଲ୍ଲା ଶିକ୍ଷାଅଧିକାରୀ ରମେଶଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରଧାନଶିକ୍ଷକ ମାନଙ୍କ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି । ଜିଲ୍ଲାରେ ଥିବା ଉଚ୍ଚବିଦ୍ୟାଳୟ ଗୁଡିକରେ  ଭିତିଭୂମୀର ବିକାଶ,ବିଦ୍ୟୁତ ଓ ନାନାପ୍ରକାର ଦୁର୍ଘଟଣା ଏଡାଇବା,ଶୁଦ୍ଧପାନୀୟ ଜଳ ବନେ୍ଦାବସ୍ତ,ଅଗ୍ନିଶିମ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦେବା,ସହ ବିଦ୍ୟାଳୟ ଗୁଡିକରେ ଗୁଣାତ୍ମାକ ଶିକ୍ଷାର ବିକାଶ ସହ ଚଳିତ ମାଟ୍ରୀକ ପରୀକ୍ଷାରେ ସମସ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀ ଯେପରି ଭଲରେଜେଲ୍ଟ କରିବେ,ମୋ ସରକାର ମୋ ସ୍କୁଲ ଯୋଜନାପ୍ରତି ପ୍ରଧାନଶିକ୍ଷକ ମାନଙ୍କୁ ଗୁରୁତ୍ୱ ଦେବେପାଇଁ  କୁହାଯାଇଥିଲା । ଏହି କାଯ ର୍୍ୟକ୍ରମରେ ମାଲକାନଗିରି ବ୍ଲକ ଶିକ୍ଷାଧିକାରୀ ହିମାଶୁଂ ସମରଥ,ଗଙ୍ଗାଧର ପଟନାୟକ,ଚିତରଜଂନ ପାଣ୍ଡେ,ଶଶିଭୂଷଣ ମିଶ୍ର,ପରିତପାବନ ଦାଶ,ନୀତି ଆୟୋଗ ବିଶେଷଜ୍ଞ ରାଜଶେଖର ରେଡୀ ଉପସ୍ଥିତ ଥିବା ବେଳେ ଜିଲ୍ଲା ବିଜ୍ଞାନ ପରିଦର୍ଶକ କୃଷ୍ଣଚନ୍ଦ୍ର ବେବର୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ସମ୍ମିଳନୀରେ ଜିଲ୍ଲାର ୧୨୦ଟି ସରକାରୀ ବେସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ ।