Odiapua.com

୫ ଜଣିଆ ଗ୍ୟାଙ୍ଗକୁ ଗିରଫ

ପୁରୀ ୧୬/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ତାଳବଣିଆ ଥାନା ପୋଲିସ୍ ଡ଼କାୟତି ଯୋଜନା କରୁଥିବା ଏକ ୫ ଜଣିଆ ଗ୍ୟାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଛି। ହୁଳୁହୁଳିଆ ପୋଲ ନିକଟରେ ଏହି ଗ୍ୟାଙ୍ଗ ଡ଼କାୟତି ଯୋଜନା କରୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ୍ ଚଢାଉବେଳେ ସେମାନେ ମାରଣାସ୍ତ୍ର ଦ୍ୱାରା ପୋଲିସ୍‌କୁ ଆକ୍ରମଣ ଉଦ୍ଦ୍ୟମ କରିଥିଲେ। ସେମାନଙ୍କ ଠାରୁ ହାତବୋମା, ଲୁହାରଡ଼୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।