Odiapua.com

୫୭ବର୍ଷୀୟା ମହିଳା ରକ୍ତଦାନ କରି ଜଣେ ଗର୍ଭବତୀ ଆଦିବାସୀ ମହିଳାଙ୍କ ଜୀବନ ବଚାଂଇଲେ

ମାଲକାନଗିରି,୧୪ା୧୨(ଓଡିଆ ପୁଅ )ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ରେ ରକ୍ତହିନତା ଯୋଗୁଁ ଅନେକ ଗର୍ଭବତୀ ମହିଳା ଙ୍କର ପ୍ରସୁତି ସମୟରେ  ମୃତ୍ୟୁ ଘଟିଥାଏ  । ମାଲକାନଗିରି ବ୍ଲକସ୍ଥ  ପଦ୍ମଗିରି ଗ୍ରାମର ଗର୍ଭବତୀ ଗରିବ ଆଦିବାସୀ ମହିଳା ସୁଭଦ୍ରା ମାଡକାମି   ପ୍ରସବ ବେଦନାରେ ମାଲକାନଗିରି ଜିଲ୍ଲା ହସପିଟାଲରେ ଯନ୍ତ୍ରଣା ଭୋଗୁଥିବା ବେଳେ ତାଙ୍କର ରକ୍ତହିନତା ଯୋଗୁଁ ଡାକ୍ତର ଅପରେସନ କରିପାରିନଥିଲେ । ସେହି ମହିଳାଙ୍କର ରକ୍ତ ରେୟାର ଏ-ଭିଇ ଗୃପ ଥିବାରୁ ହସପିଟାଲରେ ସେହି ଗୃପ ର ରକ୍ତ ଗଛିତନଥିଲା । ଏହି ଖବର ଜୟ ମାଲକାନଗିରି ଓ୍ୟାଟ୍ସଅପ ଗ୍ରୁପ ର ଯୁବଗୋଷ୍ଟି ରବିରାଜେଶ କୁମାର,ବସନ୍ତ ନାୟକ,ଲଳିତି କୁମାର ଜାଣିବା ପରେ ସେହି ମହିଳାଙ୍କ ପାଇଁ ରକ୍ତ ସଂଗ୍ରହରେ ଲାଗିପଡିଥିଲେ । ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ରିକ୍ଲାମେଶନ କଲୋନିର ଶୌଳବାଳା ତ୍ରୀପାଠୀ ନାମି ୫୭ବର୍ଷବୟସ୍କା ମହିଳାଙ୍କର ଏ-ଭିଇ ଗୃପ ରକ୍ତ ହୋଇଥିବାର ଜାଣିବା ପରେ ତାଙ୍କ ନିକଟରେ ଏହି ଯୁବଗୋଷ୍ଟି ପହଁଚି ରକ୍ତଦାନକରିବା ପାଇଁ ଅନୁରୋଧ କରିଥିଲେ । ଜଣେ ଆଦିବୀସୀ ମହିଳା ରକ୍ତ ଅଭାବରୁ ତାଙ୍କର ପ୍ରସବ କରାଯାଇ ପାରୁନାହିଁ ସେ ଯନ୍ତ୍ରଣା ଭୋଗୁଥିବାର ଜାଣି ଶୌଳବାଳା ସଙ୍ଗେ ସଙ୍ଗେ ରକ୍ତଦାନକରିବା ପାଇଁ ଜିଲ୍ଲାରକ୍ତ ଭଣ୍ଡାରରେ ପହଁଚି ରକ୍ତଦାନ କରିଥିଲେ । ସେ ଜଣେ ବୟସ୍କା ମହିଳା ହୋଇଥିଲେ ମଧ୍ୟ ଜଣେ ଗରିବ ଆଦିବାସୀ ମହିଳାଙ୍କର ଜୀବନ ବଚାଂଇବା ପାଇଁ ନିଜେ ରକ୍ତଦାନ କରିଥିବାରୁ ସେ ନିଜକୁ ଧନ୍ୟମନେ କରିଛନ୍ତି । ସେ ୧୬ଥର ରକ୍ତଦାନ କରିଥିଲେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟ ଠିକ ରହିଛି,ତାଙ୍କୁ କୌଣସି ପ୍ରକାର ଉଚ୍ଚରକ୍ତଚାପ, ସୁଗାର,କୋଲଷ୍ଟାର କିମ୍ବା ଅନ୍ୟରୋଗ ନାହିଁ, ରକ୍ତଦାନ ଏକ ମହତ କାମ, ସେ ବଚିଂଥିଲା ପର୍ଯ୍ୟନ୍ତ ରକ୍ତଦାନ କରିବେ ବୋଲି କହିଛନ୍ତି । ରକ୍ତ ପାଇବାପରେ ଆଦିବାସୀ ମହିଳାଙ୍କର ଜୀବନ ବଚିଂଯାଇଥିବାରୁ ରକ୍ତଦାନ କରିଥିବା ଶୌଳବାଳାଙ୍କୁ ଗର୍ଭବତୀ ମହିଳାଙ୍କ ପରିବାର ଓ ସମଗ୍ର ପଦ୍ମଗିରି ଗ୍ରାମବାସୀ ଧନ୍ୟବାଦ ଜଣାଇଛନ୍ତି ।