Odiapua.com

୫୬ ତମକରୋନା ପଜେଟିଭ୍ ସଂପର୍ସରେ ଆସିଥିବା ୬ ଜଣଙ୍କୁ ପ୍ରଶାସନ କରୋଣ୍ଟାଇନ୍ ରେ କଲା ଭର୍ତ୍ତି

ଯାଜପୁର୧୪ା୪ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁରରେ ପୁନର୍ବାର ଏକ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ସଂପୃକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଅଂଚଳ ଭାବେ ଘୋଷଣା କରିଛି। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ରଂଜନ କୁମାର ଦାସ ମଙ୍ଗଳବାର ପୂର୍ବାହ୍ନରେ ଏ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ଏହି ପଜିଟିଭ ବ୍ୟକ୍ତି ଜଣକ ଯାଜପୁର ବ୍ଲକ ଯାଫରପୁର ପଂଚାୟତର ସାନ ତ୍ରିଲୋଚନପୁର ଗ୍ରାମର ବାସିନ୍ଦା କୋଲକତାରୁ ମାର୍ଚ୍ଚ ୨୮ ରାତି ଓ ୨୯ ତାରିଖ ଭୋରରୁ ପାଣିକୋଇଲିରେ ଏକ ଟାଟା ମ୍ୟାଜିକ ଗାଡ଼ିରେ ପହଂଚିଥିଲେ ବୋଲି ଜଣାଯାଇଛି। ସେଠାରୁ ଏକ ମାଛ ବୋଝେଇ ଗାଡି଼ରେ ଟାଉନକୁ ଆସି ଚିକିତ୍ସା ପାଇଁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ମୁଖ୍ୟଚିକିତ୍ସାଳୟରେ ସେ ମାର୍ଚ୍ଚ ୨୯ ତାରିଖ ସକାଳ ୭.୩୦ ମି. ସମୟରେ ଧାଡି଼ରେ ରହି ନାମ ପଞ୍ଜିକୃତ କରାଇଥିଲେ। ପରେ ନିଜ ଗ୍ରାମକୁ ଯାଇ ସେବେଠାରୁ ହୋମ କ୍ୱାରେନଟାଇନରେ ରହିଥିଲେ। ଥଣ୍ଡାକାଶ ଇତ୍ୟାଦି କାରଣରୁ ତାଙ୍କର ଅପ୍ରେଲ ୧୦ ତାରିଖରେ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିଲା ଯାହା ୧୩ ତାରିଖ ରାତିରେ ପଜିଟିଭ ଆସିଥିଲା। ପଜିଟିଭ ଆସିବା ପରେ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ହୋମକ୍ୱାରେନଟାଇନରେ ରଖାଯାଇ ଥିବାବେଳେ ପଜିଟିଭ ବ୍ୟକ୍ତିଙ୍କୁ କଟକସ୍ଥିତ ଅଶ୍ୱିନୀ ହସପିଟାଲକୁ ପ୍ରେରଣ କରାଯାଇଛି। କରୋନା ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କ ଗ୍ରାମ ସାନ ତ୍ରିଲୋଚନପୁର ସହ ସଇପୁର-୩ କୁ ୧୪ ତାରିଖ ଦିବା ୧୨ଘ. ରୁ ଚଳିତମାସ ୨୧ତାରିଖ ଦିବା ୧୨ଘ. ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଅଂଚଳ ଭାବେ ଘୋଷଣା କରାଯାଇଛି। କଣ୍ଟେନମେଣ୍ଟ ଘୋଷଣା ଓ ସଂପୃକ୍ତ ରୋଗୀକୁ ଅଶ୍ୱିନୀ ହସପିଟାଲ ପଠାଯିବା ପରେ ସଂପୃକ୍ତ ଗୃହ ଓ ଅଂଚଳକୁ ବିଶୋଧିତ କରାଯାଇଛି। ସେହି ଅଂଚଳକୁ ଏହି ସମୟ ମଧ୍ୟରେ ଲୋକଙ୍କ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲଗାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ପାଇଁ ବିଡି଼ଓ, ଯାଜପୁର, ସ୍ୱାସ୍ଥ୍ୟସେବା ପାଇଁ ମାର୍କଣ୍ଡପୁର ସ୍ୱାସ୍ଥ୍ୟଧିକାରୀ ଡା. ଆଲୋକନାଥ ସାମଲକୁ ଦାୟିତ୍ୱ ଦିଆଯାଇଥିବା ବେଳେ ଯାଜପୁର ତହସିଲଦାର ସଂପୃକ୍ତ ଅଂଚଳକୁ ବିଶୋଧନ କରାଇବା ଓ ପୋଲିସ ସହ ମିଶି ଆଇନ ଶୃଙ୍ଖଳା ରକ୍ଷା ପାଇଁ ନିର୍ଦ୍ଧେଶ ଦିଆଯାଇଛି। ଯେହେତୁ ସଂପୃକ୍ତ ବ୍ୟକ୍ତି ମାର୍ଚ୍ଚ ୨୯ ତାରିଖ ସକାଳ ୭.୩୦ମି. ଘଟିକାରେ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାର ଜଣାଯାଇଛି ତେଣୁ ଏହି ସମୟ ମଧ୍ୟରେ ତାଙ୍କ ସଂପର୍କରେ ଆସିଥିବା ବ୍ୟକ୍ତିମାନେ ସ୍ୱାସ୍ଥ୍ୟ ପରୀକ୍ଷା କରାଇନେବା ସହ ନିଜକୁ ନିଜେ କ୍ୱାରେନଟାଇନରେ ରଖିବାକୁ ଜିଲ୍ଲାପାଳ ଶ୍ରୀ ଦାସ ଅନୁରୋଧ କରିଛନ୍ତି। ଅପରପକ୍ଷରେ ଆମ ସମସ୍ତଙ୍କର ସାମୁହିକ ଦାୟିତ୍ୱ ସାମାଜିକ ଦ୍ୱରତ୍ୱକୁ ବଜାୟ ରଖିବା ଓ ନିଜ ଘରେ ରହି ନିଜକୁ ତଥା ନିଜ ପରିବାରକୁ ସୁରକ୍ଷିତ ରଖିବା ବୋଲି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଚିହ୍ନଟ ହୋଇଥିବା ୫୬ ତମ କରୋନା ପଜେଟିଭ୍ ୬୬ ବର୍ଷୀୟ ବୃଦ୍ଧଙ୍କ ଗ୍ରସ୍ତ ବିବରଣୀ ସାମ୍ନାକୁ ଆସିଛି। ଆକ୍ରାନ୍ତ ଜଣକ କୋଲକାତାରୁ ଫେରିଥିଲେ। ଏହାରି ଭିତରେ ସେ ପ୍ରାୟ ୧୭ରୁ ୧୮ ଜଣଙ୍କ ସଂସ୍ପର୍ଶରେ ଆସିଥିବା ସ୍ପଷ୍ଟ ହୋଇଛି। କୋଲକତାରୁ ତାଙ୍କ ସହ ୧୮ ଜଣ ଯାତ୍ରୀ ଆସିଥିବା ବେଳେ ସେ ମଧ୍ୟରୁ ୭ ଜଣ ଭଦ୍ରକରେ ଓହ୍ଳାଇଛନ୍ତି। ଆଉ ୧୦ ଜଣ ପାଣିକୋଇଲି ଛକରେ ଓହ୍ଲାଇ ମାଛ ଓ କ୍ଷୀର ଗାଡିଗୁଡିକରେ ନିଜ ନିଜ ଅଂଚଳକୁ ଯାଇଥିବା ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏ ନେଇ ସୂଚନା ଜାରି କରିଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ କୋରେଇବ୍ଲକ୍ ଅଂଚଳକୁ ଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ। କରୋନା ପଜେଟିଭ୍ ସହିତ ଟାଟାମେଜିକ୍ ରେ ଆସିଥିବା ୬ ଜଣଙ୍କୁ ଆଜି ବ୍ୟାସନଗର ଆଡିସ୍ ନାଲ ତହସିଲଦାର କୋରାଇ ଥାନା ସହାର୍ଯ୍ୟରେ କୋରାଇ ବ୍ଲକ୍ ମୁକୁନ୍ଦପୁର ଗ୍ରାମ ପଞ୍ଚାୟତରେ ପହଞ୍ଚି ୬ଜଣଙ୍କୁ ଚିକିତ୍ସା ପାଇଁ ପଠାଇଛନ୍ତି। ମୁକୁନ୍ଦପୁର ଗ୍ରାମର ଏହି ୬ ଜଣଙ୍କ ମଧ୍ୟରେ ୨ ଜଣ ୨୦ରୁ୨୫ ବର୍ଷ ବୟସର ପିଲା ହୋଇଥିବା ବେଳେ ଅନ୍ୟ ୪ ଜଣ ୪୦ରୁ୫୦ ମଧ୍ୟରେ ହୋଇଥିବା କୋରାଇ ପୁଲିସ ସୁତ୍ରରୁ ଜଣାପଡିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ପଞ୍ଚାୟରେ କରୋଣ୍ଟାଇନ୍ ଗୃହ କରିବାକୁ ସରକାର ଟଙ୍କା ଯୋଗାଇ ଦେଇଥିବା ବେଳେ ଉକ୍ତ ପଞ୍ଚାୟତରେ ଭିଏଲହବ୍ଲୁ ଏମାନଙ୍କୁ ରହିବାକୁ ସୁଯୋଗ ନଦେବା ଆଜି ଆଡିସନାଲ୍ ତହସିଲଦାରଙ୍କ ନିକଟରେ ଗ୍ରାମବାସି ଅଭିଯୋଗ କରିଛନ୍ତି। ଯାଜପୁରକୁ ଆସିଥିବା ସମସ୍ତଙ୍କୁ ଚିହ୍ନଟ କରାଯାଇଛି ଓ କ୍ୱାରେନଟାଇନରେ ରଖାଯାଇଛି। କେଉଁ କେଉଁ ରୋଗୀ ତାଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ଖୋଜା ଚାଲୁଛି।ପୂର୍ବରୁ ଯାଜପୁରର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ଦ୍ୱିତୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ୨ଟି ଗାଁକୁ କଂଟେନମେଂଟ ଜୋନ୍ ଭାବେ ଘୋଷଣା କରାଯାଇଛି।