Odiapua.com

ସମ୍ବଲପୁର: ୫୬ତମ ସାମୂହିକ ବ୍ରତୋପନୟନ

ସମ୍ବଲପୁର, ୨୯/୪ – (ଓଡ଼ିଆ ପୁଅ) ଆରଣ୍ୟକ ସେବା ସଂସ୍ଥା ଏବଂ ଯୁବ ଉଦୟନର ମିଳିତ ଆନୁକୂଲ୍ୟରେ ବ୍ରହ୍ମପୁରା ମନ୍ଦିର ସ୍ଥିତ ବଡ଼ଦୁଆରରେ ଆଜି ୫୬ତମ ସାମୂହିକ ବ୍ରତୋପନୟନ ଅନୁଷ୍ଠିତ ହୋଇଛି। ଏଥିରେ ବିଭିନ୍ନ ସ୍ଥାନରୁ ଆସିଥିବା ବହୁ ବ୍ରାହ୍ମଣ ବାଳକଙ୍କ ବ୍ରତ କରାଯାଇଛି। ସମ୍ପୂର୍ଣ୍ଣ ବୈଦିକ ରୀତିରେ ଅତି ନଗଣ୍ୟ ଖର୍ଚ୍ଚରେ ଏ ବ୍ରତର ଆୟୋଜନ ମଧ୍ୟରେ ବଟୁ ମାନଙ୍କ ସାମୂହିକ ସ୍ନାନ, ରୋଷାଣୀ ଯାତ୍ରା ଖୁବ୍ ସୁନ୍ଦର ପରିବେଶ ସୃଷ୍ଟି କରିଥିଲା। ବାଜାଗଜା ଏବଂ ଆତଶବାଜି ମଧ୍ୟରେ ନୂଆ ଛତା ଧରିଥିବା ମାମୁଁ ମାନଙ୍କର ସାନିଧ୍ୟରେ ବଟୁମାନଙ୍କ ରୋଷାଣୀ ଯାତ୍ରା ଓ ଦେବାଳୟ ପରିଦର୍ଶନ ବିଶେଷ ଆକର୍ଷଣୀୟ ହୋଇଥିଲା। ସମ୍ବଲପୁର, ସୋନପୁର, ବ୍ରଜରାଜନଗର, ଭବାନୀପାଟଣା, ବଲାଙ୍ଗିର, ଝାରସୁଗୁଡ଼ା ଆଦି ସ୍ଥାନର ୨୨ ଜଣ ବଟୁ ଏଥିରେ ଯୋଗ ଦେଇଥିଲେ। ବ୍ର୍ ତ କାର୍ଯ୍ୟ ପରିଚାଳନା କରିଥିଲେ ପଣ୍ଡିତ ମଣ୍ଡଳୀ ମହେଶ୍ୱର ନାୟକ, ଅମରନାଥ ମିଶ୍ର, ଚନ୍ଦ୍ରକାନ୍ତ ପାଣିଗ୍ରାହୀ, ଉତ୍ତମ ରଥ, ରାକେଶ ମିଶ୍ର, ଛନ୍ଦାଚରଣ ପାଢ଼ୀ, ବିନୀତ ପାଣ୍ଡେ, ମନବୋଧ ପାଢ଼ୀ, ବିଦ୍ୟାଭୂଷଣ, ଲକ୍ଷ୍ମଣ ବେହେରା, କାହ୍ନୁଚରଣ ଷଡ଼ଙ୍ଗୀ ଓ ସନ୍ତୋଷ ପଣ୍ଡା ପ୍ରମୁଖ। ଯୁବ ଉଦୟନର ସଦସ୍ୟ ଏବଂ ଝାଡ଼ୁଆପଡ଼ାର ବ୍ୟକ୍ତିବିଶେଷ ଏଥିରେ ସହଯୋଗ କରିଥିଲେ।